Breaking News

ପ୍ଳାନ ଚାଲିଛି, ଡିଜାଇନ ପରେ ନବୀକରଣ ହେବ:- ବ୍ଳକ୍ ଅଧ୍ଯକ୍ଷ

 


ଓଡ଼ଗାଁ:- ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ପରିଚିତ ଓଡ଼ଗାଁର ଶ୍ରୀ ରଘୁନାଥ ଜୀଉ ମନ୍ଦିର ଭିତରେ ଥିବା ଶ୍ରୀରାମ ବିହାର ଯେଉଁଠାରେ ଶ୍ରୀରାମଙ୍କ ବାଲ୍ୟକାଳ ଠାରୁ ଆରମ୍ଭ କରି ସୀତା ବିବାହ, ମାତା ସୀତାଙ୍କୁ ରାବଣ ଅପହରଣ କରିଥିବା ଆରମ୍ଭ କରି ରାବଣ ବଦ୍ଧ ପର୍ଯ୍ୟନ୍ତ ସବୁ ଚିତ୍ର କୁ ବେଶ ଆକର୍ଷଣୀୟ ଭାବେ ପ୍ରତିମୂର୍ତ୍ତି ମାଧ୍ୟମରେ ରଖାଯାଇଛି। ରଘୁନାଥ ମନ୍ଦିର କୁ ଓଡ଼ିଶାର ତଥା ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ଯଟକ ମନ୍ଦିର ବୁଲିବା ଭିତରେ ଏହି ରାମ ବିହାରଭିତରକୁ ମାତ୍ର ୫ଟଙ୍କାର ଟିକେଟ ମାଧ୍ୟମରେ  ରାମଙ୍କ ବିଭିନ୍ନ ରୂପ ଦେଖିବାପାଇଁ ଯାଇଥାନ୍ତି। 
                   କିନ୍ତୁ ରାମ ବିହାର ବର୍ତ୍ତମାନ ଅବହେଳିତ ଅବସ୍ଥାରେ। ରାମ ବିହାର ଭିତରେ ଥିବା ବଡ଼ ବଡ଼ ନଡିଆ ଗଛକୁ କାଟି ସେହି ଭିତରେ ପକା ଯାଇଛି, ଏହାସହ ଟ୍ୟାପ୍ ରୁ ଅନବରତ ପାଣି ବହି ଜମାହୋଇ ରହୁଛି। ଏବଂ ରାମ ବିହାର ପରିସରରେ ସିମେଣ୍ଟ ତିଆରି ପ୍ରାଣୀ ମାନଙ୍କ ମୂର୍ତ୍ତି କଲର୍ ଛାଡି ଏହା ଉପରେ କାଉ, ପାରା ଆଦି ପକ୍ଷୀମାନଙ୍କର ମଳତ୍ୟାଗ ଦେଖିବାକୁ ମିଳିଛି, ଯାହାଫଳରେ ପକ୍ଷୀମାନଙ୍କ ମଳଗନ୍ଧ ନିଷ୍କାସିତ ହେଉଛି। 
     ଏନେଇ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରେ ଦୀର୍ଘ ୪ମାସରୁ ଉର୍ଦ୍ଧ୍ବ ସମୟ ଧରି ରାମ ବିହାର ପରିସରରର ନଡିଆ ଗଛ କଟାଯାଇ ଏହି ପରିସର ଭିତରେ ରଖାଯାଇଛି ବୋଲି ସେ କହିଥିବା ବେଳେ ,ଏହି ବିଷୟରେ ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ କହିଛନ୍ତି ଯେ, ବିଧାୟକଙ୍କ ଫଣ୍ଡ ରୁ ଅର୍ଥ ବିନିମୟରେ ରାମ ବିହାର ର ନବୀକରଣ ହେବ  । ରାମ ବିହାରର ସୁନ୍ଦର ଡିଜାଇନ ପାଇଁ ମାର୍କୋପ୍ଳାନ ତିଆରି ଚାଲିଛି । ଡିଜାଇନ ପରେ ଏହାର ନବୀକରଣ ହେବ । ଏବଂ ନବୀକରଣ କାର୍ଯ୍ଯରେ ଆହୁରି ବିଳମ୍ବ ହେବ ବୋଲି ସେ କହିଛନ୍ତି। ତେବେ ଏଠାରେ ଆଶା ସଞ୍ଚାର ଯେ, କେବେ ରାମ ବିହାର ର ନବୀକରଣ ହେବ?? ।
ଓଡ଼ଗାଁ ରୁ ଦୀଲିପ କୁମାର ବିଷୋୟୀ ଙ୍କ ରିପୋର୍ଟ,୨/୧/୨୦୨୩----୭,୧୦  Sakhigopal News,2/1/2023

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨/୧/୨୩

Blog Archive

Popular Posts