Breaking News

ଦୁବାଇ ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଶୁଭେଚ୍ଛା ; ବିଶ୍ଵ ର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଯ ଖଲିଫା ସମ୍ମୁଖ ରେ ଧନୁଯାତ୍ରା ବ୍ୟାନର





ବରଗଡ : ଦୁବାଇ ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ର ଝଲକ ଦେଖିବାକୁ ମିଳିଛି। ବରଗଡ ର କିଛି ଯୁବକ ନିଜର ମାଟିର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବକୁ ବିଶ୍ଵ ଦରବାର ରେ ଆହୁରି ପ୍ରଚାର କରିବାକୁ ବିଶ୍ଵ ର ସର୍ବୋଚ୍ଚ ନଭଶ୍ଚୁମ୍ବି ଅଟ୍ଟାଳିକା ବୁର୍ଯ ଖଲିଫା ସମ୍ମୁଖ ରେ ଧନୁଯାତ୍ରା ବ୍ୟାନର ପ୍ରଦର୍ଶନ କରି ସେଠାକାର ସାଧାରଣ ଜନତା ଓ ଅନ୍ୟାନ୍ୟ ଦେଶର ପର୍ଯ୍ୟଟକ ଙ୍କୁ ଧନୁଯାତ୍ରା ମହୋତ୍ସବ ଉପରେ ପ୍ରଚାର କରିବା ସହ ସମସ୍ତଙ୍କୁ ବିଶ୍ଵ ର ଏହି ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ କୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି। ବରଗଡ ର ଦୁଇ ସଂସ୍ଥା  ହେପି ବରଗଡ ଓ ଡି ଏନ ଏମ ଫୋଟୋଗ୍ରାଫି ଧନୁଯାତ୍ରା ମହୋତ୍ସବ ସମିତି ର ପ୍ରଚାର ପ୍ରସାର କମିଟି ସହ ଆଲୋଚନା କରି ଏହି କାର୍ଯ୍ୟକ୍ରମ କୁ ହାତକୁ ନେଇଥିଲେ। ଦୁବାଇ ରୁ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ର ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ଦୁଇ ଜଣ ବରଗଡ଼ିଆ । ସାରା ବିଶ୍ବରେ ବେଶ ପରିଚିତ ବୁର୍ଯ ଖଲିଫା ରୁ ହେପି ବରଗଡ଼ ଟିମ୍ ର ସହଯୋଗ ରେ ଡି ଏନ ଏମ ଫୋଟୋଗ୍ରାଫି ଟିମ୍ ଓ ଦାଉଦ୍ ନୁର୍ ସନ୍ ମଲ୍ଲିକ ଏକ ଧନୁଯାତ୍ରା ବ୍ୟାନର ଧରି ସମସ୍ତ ବରଗଡ଼ ତଥା ଓଡ଼ିଶା ବାସୀ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଧନୁଯାତ୍ରା କୁ ବାସ୍ତବରେ ବିଶ୍ଵ ଦରବାରରେ ପହଞ୍ଚେଇବାର ହେଲେ  ପ୍ରଥମେ ଆମକୁ ଏହାର ପ୍ରଚାର ପ୍ରସାର ଦେଶ ବିଦେଶରେ ମଧ୍ୟ କରିବାକୁ ହେବ ।କେବଳ ବରଗଡ଼ କିମ୍ବା ଓଡ଼ିଶାରେ ଏହାର ପ୍ରଚାର ପ୍ରସାର ସୀମିତ ନ ରହୁ । ଆଜି ଦୁବାଇରେ କରିଛୁ ଆଗକୁ ଆହୁରି ଏଭଳି ପ୍ରୟାସ ଆରମ୍ଭ କରିବା ପାଇଁ ପଛାଇବୁ ନାହିଁ ବୋଲି କହିଛନ୍ତି ହେପି ବରଗଡ ର ପ୍ରତିଷ୍ଠାତା ପପୁନ ଷଡ଼ଙ୍ଗୀ।  ଯଦି ସମ୍ଭବ ହେଉଛି ତେବେ ଆପଣମାନେ ଯେଉଁମାନେ ବିଦେଶ ରେ ରହୁଛନ୍ତି ବା ବିଦେଶ ଯାଉଛନ୍ତି ମଧ୍ୟ ସ୍ୱଇଚ୍ଛାରେ ଦେଶ ବିଦେଶରେ ପ୍ରଚାର ପ୍ରସାର କରିପାରିବେ ‌ବୋଲି କହନ୍ତି ଶ୍ରୀ ଷଡ଼ଙ୍ଗୀ। ବରଗଡ଼ ପାଇଁ ଆମେ ଡି ଏନ ଏମ ଟିମ୍  ଫୋଟୋଗ୍ରାଫି ଟିମ୍ ର ଏଭଳି ସୁନ୍ଦର ପ୍ରୟାସ ଏକ  ଛୋଟିଆ ଉପହାର ଧନୁଯାତ୍ରା ମହୋତ୍ସବ ସମିତି,ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଏବଂ ସମସ୍ତ ବରଗଡ଼ ବାସୀଙ୍କୁ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।ହେପୀ ବରଗଡ ଓ ଡି ଏନ ଏମ ଫୋଟୋଗ୍ରାଫି ଟିମ କୁ ଏଭଳି ଅଭିନବ ପ୍ରଚାର ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧/୨୦୨୩----୧୦,୨୫ Sakhigopal News,2/1/2023

Blog Archive

Popular Posts