ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ପ୍ରାଙ୍ଗଣ ଠାରେ ସ୍ଵାଧୀନତା ର ଅମୃତ ମହୋତ୍ସବ ଓ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଝରାପାଲି ମାର୍କେଟ ସରକାର ଭରତ ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ସଂକ୍ରିଡା ପେକ୍ସ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ଏହି ସମୟରେ ଭେଡେନ ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ସତ୍ୟଜିତ ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ ଚାନ୍ଦ,ସଂକ୍ରିଡା ସମିତି ସଭ୍ୟ ଚାଷୀଗିରି ନଈ ଯୋଗ ଦେଇଥିଲେ। ଝରାପାଲି ମାର୍କେଟ କର୍ମଚାରୀ, ସଂକ୍ରିଡା ପେକ୍ସ ର ସମସ୍ତ କର୍ମଚାରୀ ଓ ଉପଦେଷ୍ଟା ସଭ୍ୟ ସଭ୍ଯା ମାନେ ଯୋଗଦାନ କରି ୭୬ତମ ସ୍ଵାଧୀନତା ଦିବସ ପାଳନ କରିଥିଲେ।ଏହା ସହିତ ମାର୍କେଟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଯୋଗଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୮/୨୦୨୨---୯,୧୦ Sakhigopal News,16/8/2022