Breaking News

ରୂପଦେଇପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା; ହାତୀବେଶରେ ଦର୍ଶନ କଲେ ଶହସାଧିକ ଭକ୍ତ

Bathing at the Jagannath Temple in Rupadeipur; Hundreds of devotees visited the shrine.


 ପିପିଲି--- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସମ୍ପର୍କଥିବା ବା ନୀତିକାନ୍ତି ସହିତ ଜଡିତ ଥିବା  ପିପିଲି ବ୍ଳକର ରୂପଦେଇପୁର ଗ୍ରାମରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ  ସ୍ନାନ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ପ୍ରାତଃ ସକାଳୁ ଠାକୁରଙ୍କ ଦେବନୀତି ସରିବା ପରେ ଚତୁଦ୍ଦାମୂତ୍ତିଙ୍କୁ ଖେଚୁଡି ଭୋଗ କରାଯାଇଥିଲା ।   ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ସ୍ନାନମଣ୍ଡପ ଶୋଧ ଓ ପ୍ରତିଷ୍ଠା କରାଯିବା ପରେ ମଧ୍ୟାହ୍ନରେ ଠାକୁର ମାନଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ଏହି ସମୟରେ ତ୍ରାସ, ଛତ୍ରି, ବିଞ୍ଚଣା, ଘଣ୍ଟ, ଘଣ୍ଟି, ମାଦଳବାଦ୍ୟ, ବୀରକାହାଳୀ ସହିତ ଓଡିଶୀନୃତ୍ୟ କରାଯାଇଥିଲା ।  ପୁଣ୍ୟତୋୟା ଭାର୍ଗବୀ ନଦୀରୁ ୫୮ଟି  ସୁବାସିତ କଳସ ଜଳ ସଂଗ୍ରହ କରାଯାଇ ସ୍ତୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଜଳକଳସିକୁ ଅଭିମନ୍ତିତ କରାଯାଇଥିଲା ।  ପୃଥକ ପୃଥକ ଭାବରେ ସେବାୟତ ମାନେ ଚତୁଦ୍ଦାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ଏହାପରେ ଠାକୁର ମାନଙ୍କୁ ନୂତନବସ୍ତ୍ର ତୁଳସୀ, ଫୁଲ,ଦ୍ୱୀପ, ଧୂପ,  ଚନ୍ଦନ ଓ ଟାହିଆ ଲାଗି କରାଯିବା ପରେ ନୈବେଦ୍ୟ, ଆଳତୀ ଓ ଉପଚାର ନୀତି ସଂର୍ପନ ହୋଇଥିଲା । ପରେ ପରେ  ଠାକୁର ମାନଙ୍କୁ ହାତୀ ବେଶରେ ସଜାଇ ଦିଆଯାଇଥିଲା ।  ଆକପାଖ ଅଞ୍ଚଳର ଶ୍ରଦ୍ଦାଳୁ ତିନି ଠାକୁରଙ୍କ ହାତୀବେଶ ଦର୍ଶନ କରିବା ସହିତ ଧୂପ, ଦ୍ୱୀପ ଦେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତ୍ରରେ ଠାକୁରଙ୍କୁ ଅଧରପଣା ଲାଗି କରାଯାଇଥିଲା । । ଏହି ଅବସରରେ ମନ୍ଦିର ପାଖରେ ଭୋଗ, ଦ୍ୱୀପ, ଫୁଲମାଳ ଦେକାନ  ଖୋଲିବା ସହ ଏକ ଅସ୍ଥାୟୀ ମିନାବଜାର ଖୋଲିଥିଲା । ଗ୍ରାମ୍ୟ କୋଠ ପକ୍ଷରୁ ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ପରଠାରୁ ଗ୍ରାମରେ ଗହଳି ଚହଳି ବଡିଯାଇଥିଲା । ଗ୍ରାମରେ ରଙ୍ଗ, ବେରଙ୍ଗର ଆଲୋକମାଳରେ ଝଳସି ଉଠିଥିଲା । ଏହି ଅବସରରେ ଦୁଇଦିନ ଧରି ଏøତିହାସ୍ୟିକ ନାଗାଯାତ୍ରା ଅନୁଷ୍ଠିତ ହେବ ଆଇନଜିବୀ ସତ୍ୟପ୍ରକାଶ ମିଶ୍ରଙ୍କ ଠାରୁ ସୁଚନା ମିଳିଛି   । 

ପିପିଲିରୁ ବିଜୟ କୁମାର ମିଶ୍ରଙ୍କ ରିପୋର୍ଟ, ୧୪/୬/୨୦୨୨---୪,୪୦ 

 Sakhigopal News, 14/6/2022

Blog Archive

Popular Posts