Breaking News

ଜବାହାର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡାରେ ବନମହୋତ୍ସବ ଓ ବୃକ୍ଷରୋପଣ


ଭଞ୍ଜନଗର-----   ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ର ସହଭାଗିତାରେ ବନ ମହୋତ୍ସବ ପାଳନ ସହ  ବୃକ୍ଷ ରୋପଣ କରାଯାଇଛି ା କୋଭିଡ ଗାଇଡ ଲାଇନ ମୁତାବକ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡି.ଏଫ୍.ଓ ଅଭୟ କୁମାର ଦଳେଇ,ଏସ୍.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର,କେନ୍ଦ୍ରୀୟ ବନାଞ୍ଚଳ ରେଞ୍ଜର କୁମାର ବେହେରା ,ଅଲଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା ,ସମ୍ବାଦ ସାହିତ୍ୟ ଘର ସଭାପତି ତଥା ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ,ସମାଜ ସେବୀ ତଥା ନୂତନ ରୂପେ ଗଞ୍ଜାମ ଜିଲ୍ଲା ରେ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଦାୟିତ୍ବ ପାଇଥିବା ଶୂଳପାଣୀ ଶତପଥୀ,ବଡକୋଦଣ୍ଡା ସରପଞ୍ଚ ଝୁନୁ ସେଠୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଜନ ସାଧାରଣଙ୍କୁ ଜଳବାୟୁ ପରିବର୍ତ୍ତନ କୁ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ଯୋଗଦେଇଥିବା ଅତିଥି ମାନେ  ମତ ପ୍ରକାଶ କରିଥିଲେ ା ଏହି ଅବସରରେ ଜଗନ୍ନାଥ ପ୍ରସାଦ କଲେଜ ଓଡିଆ ଅଧ୍ୟାପକ ଲୋକନାଥ ମହାନ୍ତି ନିଜ ରେଡ କ୍ରସ ସ୍ବେଚ୍ଛାସେବୀ ଙ୍କ ସହ ଉପସ୍ଥିତ ରହି ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ ା ସମ୍ବାଦ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ର ସଂପାଦକ ତଥା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ,ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସଂଗଠନ ସଂପାଦକ ତଥା ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା, ବରିଷ୍ଠ ସଦସ୍ୟା ଜୋତ୍ସାଦେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ସଫଳ ଆୟୋଜନ କରିଥିଲେ ା ଏହି ଅବସରରେ ବିଦ୍ୟାଳୟର ଚାରିଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ ା କାର୍ଯ୍ୟ କ୍ରମରେ ସ୍ବାତୀ ଏନ୍.ଜି.ଓର କର୍ମକର୍ତା ମାନେ ମଧ୍ୟ ଅଂଶ ଗ୍ରହଣ କରି ବୃକ୍ଷ ରୋପଣରେ ସହାୟତା କରିଥିଲେ ା ବନ କର୍ମଚାରୀ, ବନରକ୍ଷୀ ମାନେ ବୃକ୍ଷ ଯୋଗାଇ ବୃକ୍ଷର କିପରି ସୁରକ୍ଷା କରିବେ ତାହାର କୌଶଳ ଶିଖାଇଥିଲେ ା  ବନ ବିଭାଗ ସହାୟତାରେ ପ୍ରସ୍ତୁତ ସଚେତନତା ମୂଳକ ଗୀତର ତାଳେ ତାଳେ କିଛି ଛାତ୍ରୀ ନୃତ୍ୟ ପରିବେଷଣ କରି ସଚେତନତାର ବାର୍ତା ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମରେ ରିଟାୟାଡ ରେଞ୍ଜର ତଥା ସମ୍ବାଦ ସାହିତ୍ୟ ଘର ର ସଦସ୍ୟ ଅନୁପମ ବାନାର୍ଜୀ, ବିଶିଷ୍ଟ ଲୋକ ନୃତ୍ୟ କଳାକାର ତଥା ସଦସ୍ୟ ଜଗଦୀଶ ପୀଣିଗ୍ରାହୀ,କୁମାର କାର୍ତ୍ତିକେଶ୍ବର ପ୍ରଧାନ,ନଚିକେତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସ ରହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ାା
ଭଞ୍ଜନଗରରୁ  ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧/୭/୨୦୨୧ ---୪,୨୦ Sakhigopal News,1/7/2021

Blog Archive

Popular Posts