ରକ୍ତଦାନ ଶିବିରରେ ଯୁବକ ମାନେ ଯୋଗ ଦେବାପାଇଁ ନିବେଦନ
ଡେଲାଙ୍ଗ ------ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ର୍ରମେ ରକ୍ତ ଭଣ୍ଡାର ମାନଙ୍କରେ କରୋନା ସମୟରେ ରକ୍ତର ଅଭାବ ଦୁର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନଜର କରି ଡେଲାଙ୍ଗ ବ୍ଲକ ବିଜୁ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଆସନ୍ତ କାଲି ଡେଲାଙ୍ଗ ବ୍ଲକ ଗଡମୋଟରୀ କଲ୍ୟାଣ ମଣ୍ଡପ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରକ୍ତଦାତା ମାନେ ଯୋଗ ଦେବା ନିମନ୍ତେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୭/୨୦୨୧
Sakhigopal News, 18/7/2021