Breaking News

ଭାସ୍କରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ; ଗୋଡର ହୋଇପାରୁ ନାହିଁ ଅସ୍ତ୍ରୋପଚାର, ସହଯୋଗ ପାଇଁ ପରିବାରର ନିବେଦନ


 ଜଟଣୀ,---- ଭାସ୍କରଙ୍କ ଅର୍ଥ ଅଭାବରୁ  ସଂକ୍ରମିତ ଗୋଡର ହୋଇପାରୁନାହିଁ ଅସ୍ତ୍ରୋପଚାର । କେହି ବ୍ୟକ୍ତି କିମ୍ବା ସଂଗଠନ ସହଯୋଗ କରିବାଲାଗି ପରିବାରଙ୍କ ପକ୍ଷରୁ  ନିବେଦନ କରାଯାଇଛି  । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାସ୍କର ।  ଏକମାତ୍ର ପୁଅ ସେ =ଜଣେ ମାନସିକ ବିକାରଗ୍ରସ୍ତ  ।  ସୁଚନାଯୋଗ୍ୟ ଯେ  ଜଟଣୀ ବ୍ଲକ ଅନ୍ତର୍ଗତ ବେଲପଡା ହରିଜନସାହିର ଭାସ୍କର ନାଏକ ରେଳପଥର ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ସମୟରେ ବାମଗୋଡଟି ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଏହା ଚିକିତ୍ସା ହୋଇଥିଲା । ଭବିଷ୍ୟତରେ କ୍ଷତିଗ୍ରସ୍ତ ଗୋଡଟି ପୁନଃ ସମସ୍ୟା ଉପୁଜାଇପାରେ ବୋଲି ସେ ସମୟରେ = ଚିକିତ୍ସକ ଡାକ୍ତର କହିଥିଲେ । ମାତ୍ର ଦିର୍ଘଦିନଠାରୁ ଭାସ୍କର ଉକ୍ତସଂସ୍ଥାରୁ ଅବସର ନେଇଥିଲେ । ଘରେ ୪ଝିଅଙ୍କ ମଧ୍ୟରୁ ୨ଝିଅଙ୍କ ବିବାହ କାର୍ଯ୍ୟସାରିଥିବା ବେଳେ ଆହୁରି ୨ଝିଅ ସହିତ ରୋଗୀଣା ସ୍ତ୍ରୀ ଏବଂ ମାନସିକ ବିକାରଗ୍ରସ୍ତ ପୁଅଟିଏ ରହିଛି । ସମସ୍ତଙ୍କ ବୋଝ ଭାସ୍କରଙ୍କ ଉପରେ ନ୍ୟସ୍ତ ରହିଥାଏ । ତେଣୁ ଭାସ୍କର  ଅନ୍ୟାନ୍ୟ ରୋଜଗାର କରି ପରିବାର ପ୍ରତିପୋଷଣ କରିଥାନ୍ତି ।  ତେବେ ଗତ ଏପ୍ରିଲମାସରେ ଭାସ୍କରଙ୍କ କ୍ଷତିଗ୍ରସ୍ତ ଗୋଡଟି ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ଚିକିତ୍ସାରମ୍ଭ କରାଗଲା । ମାତ୍ର ଯନ୍ତ୍ରଣା କମିବା ପରିବର୍ତେ ବଢିବାରେ ==ଲାଗିଲା । ଦିନକୁଦିନ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଲା । ବିଭିନ୍ନ ହସ୍ପିଟାଲ ଯାଇ ଚିକିତ୍ସା କରିବାପରେ ଗୋଡଟି ସଂକ୍ରମଣ ହୋଇ ଗୁରୁତର ହୋଇଥିବା କହିଥିଲେ ଡାକ୍ତର । ଏହି ଚିକିତ୍ସା ଆରମ୍ଭ ହେବାପରେ ଭାସ୍କରଙ୍କ ପାଇଁ ମାସିକ ଔଷଧ ବାବଦରେ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । କାଳକ୍ରମେ ଯନ୍ତ୍ରଣା ବଢିବା ସହିତ ଚିକିତ୍ସା ବାବଦରେ ଖର୍ଚ୍ଚ ବଢିବାରେ ଲାଗିଲା । ଭାସ୍କର କର୍ମକ୍ଷେତ୍ରକୁ ଯିବା ବନ୍ଦ କରିଦେବାପରେ ଏଣେ ପରିବାରରେ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଲା । ଫଳରେ ଚିକିତ୍ସା କିଛିଦିନ ଲାଗି ବନ୍ଦ କରିଦେଲେ ପରିବାର ଲୋକେ । ତେଣୁ ରୋଗଟି ବଢିବାରେ ଲାଗିଲା ଏବଂ ଯନ୍ତ୍ରଣା ମଧ୍ୟ ଅସହ୍ୟ ହେବାରେ ଲାଗିଲା । ତେବେ ପରିବାର ଲୋକେ ସରକାରୀ ଚିକିତ୍ସାଳୟକୁ ନେବାପରେ ଡାକ୍ତର ସମସ୍ତ ଚିକିତ୍ସାପରେ ଅଙ୍ଗଛେଦ କରିବାଲାଗି ପରାମର୍ଶ ଦେଇଥିଲେ । ଏଥିଲାଗି ୨ରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ତେଣୁ ଚିକିତ୍ସା ଆଗକୁ ସମ୍ଭବ ହୋଇପାରିଲା ନାହିଁ । ଘରେ ପଡି କଷ୍ଟ ଅନୁଭବ କରୁଥିବା ବେଳେ ଚଳିତ ମାସରେ ଭାସ୍କରଙ୍କୁ କରୋନା ସଂକ୍ରମଣ ହୋଇଯାଇଥିଲା । ଫଳରେ ଦୁଇଟିଯାକ କଷ୍ଟ ଭାସ୍କରଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ନିକଟରେ କରୋନା ଚିକିତ୍ସାପରେ ସୁସ୍ଥ ରହିଥିବା ବେଳେ ଗୋଡଟି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଅନ୍ୟପଟେ ଡାକ୍ତର ଏହାକୁ ଶିଘ୍ର ଚିକିତ୍ସାଲାଗି ପରାମର୍ଶ ଦେଉଥିବା ବେଳେ ପରିବାରରେ ଅଭାବଅନଟନ ଆଉ ଏକ ସମସ୍ୟା ଉଙ୍କି ମାରିଛି । ତେଣୁ ଏହି ଅସହାୟ ବ୍ୟକ୍ତିଙ୍କୁ କୈାଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ସହଯୋଗ କରିବାଲାଗି ପରିବାର ଲୋକେ ଏବଂ ସ୍ଥାନୀୟ ସ୍ୱେଛାସେବୀ ସଂଗଠନ ଜନଧିକାର ସଂଘର ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ ନିବେଦନ କରିଛନ୍ତି ।  ଜଟଣୀରୁ ରଙ୍ଗନାଥ ବେହେରା, ୧୮/୭/୨୦୨୧---୮,୩୦  Sakhigopal News---18/7/2021


Blog Archive

Popular Posts