Breaking News

ଡେଲାଙ୍ଗରେ ଓଡିଶା ମୋ ପରିବାର ପକ୍ଷରୁ ମେଗା ରକ୍ତ ଦାନ ଶିବିର


 ଡେଲାଙ୍ଗ---- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଡେଲାଙ୍ଗ ବ୍ଳକ ସ୍ଥିତ ଗଡମୋଟରୀ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ଡେଲାଙ୍ଗ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପିପିଲି ବ୍ଳକର ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ଆତ୍ମାର ଅଧ୍ୟକ୍ଷ ଧରଣୀ ଧର ସାହୁ, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ସଂଯୋଜକ ଶୁଭାସିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତ, ଡେଲାଙ୍ଗ ବ୍ଳକର ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା ଓ ଡେଲାଙ୍ଗ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଉପସ୍ଥିତିରେ  ରକ୍ତଦାନ ଶିବିରକୁ ଉଦଘାଟନ କରାଯାଇଥିଲା । ବିଜୁ ପଟ୍ଟନାକୟ ଓ ଦିବଂଗତ ପ୍ରଦୀପ ମହାରଥୀଙ୍କ  ଫଟୋଚିତ୍ରରେ ପୁଷ୍ପମାଲ୍ୟଅର୍ପଣ କରାଯାଇଥିଲା । ୧୦୩ଜଣ ରକ୍ତଦାତା ମାନେ ରକ୍ତଦାନ କରିଥିଲେ । ପୁରୀ ଓଡିଶା ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜୀବନବିନ୍ଦୁୁ ଓ ରକ୍ତ ଭଣ୍ଡାର ପକ୍ଷରୁ  ଦୁଇଟି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୯/୭/୨୦୨୧---୧୦,୧୫= Sakhigopal News 19/7/2021

Blog Archive

Popular Posts