ସାକ୍ଷୀଗୋପାଳ ନିୟ୍ନ୍ତ୍ରୀତ ବଜାର କମିଟି ପକ୍ଷରୁ ସଚେତନତା ରଥ ବୁଲିଲା
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଖରିଫ ଧାନ ବିକ୍ରୟ ନିମେନ୍ତ ଚାଷୀ ମାନେ ସମବାୟ ସମିତିରେ ନାମ ପଞ୍ଜିକରଣ ପ୍ରକିୟାକୁ ତ୍ୱରାନିତ୍ୱ କରିବା ପାଇଁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏକ ସଚେତନତା ରଥ ପରିକ୍ରମା କରୁଛି । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା , ସିଏସଓ ବସନ୍ତ କୁମାର ପଣ୍ଡା , ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରିବ । ଖରିଫ ଧାନ ବିକ୍ରୟ କରିବା ପାଇଁ ଚାଷୀ ମାନେ ନାମ ପଞ୍ଜିକରଣ ଅଗଷ୍ଟ ୧୫ ତାରିଖ ମଧ୍ୟରେ କରିବା ପାଇଁ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ତୁରନ୍ତ କରାଇ ନେବା ପାଇଁ ମଧ୍ୟ ଚାଷୀ ମାନଙ୍କୁ ଏହି ସଚେତନତା ରଥ ମାଧ୍ୟମରେ କୁହାଯାଇଛି । ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ହିସାବନିରୀକ୍ଷକ ଜଗତ ଜ୍ୟୋତି ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ଚରଣ ଦତ୍ତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ସ୍ୱାଇଁ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନ=ାପତି, ୧୯/୭/୨୦୨୧---୧୦,୧୦
Sakhigopal News, 19/7/2021
==