Breaking News

ବୃଦ୍ଧଙ୍କୁ ଘରର ବାରିପଟୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ


 ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଘନିପୁର କୁଣ୍ଡସାହିର ବନବିହାରୀ କୁଣ୍ଡଙ୍କୁ ତାଙ୍କ ଝିଅ ମାନସିକ ଯନ୍ତ୍ରଣା ଦେଉଥିବା ଜଣାପଡିଛି । ନିଜ ଜନ୍ମକଲା ଝିଅ ନିଜର ମାନବିକତା ହରାଇ ନିଜର ଘର ବାହାର କରି ଦେଇ ବାରିପଟେ ଏକ ଖୋଲା ଆକାଶ ତଳେ ରଖିଥିବା ଖବର ପାଇଥିଲେ  ସତ୍ୟବାଦୀର ଗରିବର ସାଥୀ ଓ ପୁରୀର ସାହିଭାଇ ସ୍ୱେଚ୍ଚାସେବୀ ଅନୁଷ୍ଠାନ । ରାତିରେ ସେମାନେ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହଯୋଗରେ ଉଦ୍ଦାର କରି ୧୦୮ ଆମ୍ବ+ଲାନସ ଯୋଗେ ଚିକିତ୍ସା ପାଇଁ ପୁରୀ ପଠାଯାଇଥିବା ଜଣାପଡିଛି । ସତ୍ୟବାଦୀର ଗରିବର ସାଥୀ ଅନୁଷ୍ଠାନର ସଭାପତି ସନ୍ଧୀପ ମହାପାତ୍ର କହନ୍ତି ଉକ୍ତ ଝିଅ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୁରୀ ଏସପିଙ୍କୁ ସେ ନିବେଦନ କରିଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧--=୧୦,୩୫  Sakhigopal News, 16/7/2021

Blog Archive

Popular Posts