Breaking News

କୁନିଝିଅ ବେବି ଅଫ ଦି ଇୟର ୨୦୨୨ରେ ଭାଗ ନେବ


 ଡେଲାଙ୍ଗ -------  ଆଜିର ଇଣ୍ଟରନେଟ ଯୁଗରେ ଶିକ୍ଷା,  ବିଭିନ୍ନ ପ୍ରତିଯୋଗିତା , ସଭା ସମିତି କରାଯାଉଛି । ମହାମାରୀ କରୋନା ଆଉ ଏକ ପାଦ ଆମକୁ ଇଣ୍ଟରନେଟ ସହିତ ଜଡିତ କରି ଦେଇଛି । ଏହାକୁ ନଜର କରି ଇଣ୍ଡିଆନ ପାରେଟିଙ୍ଗ ଅନୁଷ୍ଠାନ ମାଇଁ କ୍ୟୁଟ ବେବି ଫଟୋ ପ୍ରତିଯୋଗିତା ଇଣ୍ଟରନେଟ ମାଧ୍ୟମରେ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ୮୦୦୨ ଜଣ ଭାଗ ନେଇଥିଲେ । ଭୋଟିଂ ମାଧ୍ୟମରେ ଚୟନ କରାଯାଇଥିଲା । ଏହି ଅବସରରେ ନିମାପଡା ବ୍ଳକର  ତୁଳସିପୁର ପଞ୍ଚାୟତର ଚଉରାସାହି ଗ୍ରାମର ବିଶ୍ୱଜିତି ଦାଶ ଓ ସ୍ରୋତସ୍ୱିନୀ ରାୟବିଧାରଙ୍କ ସାଡେତିନି ମାସର କନ୍ୟା ଆରୋହୀ ଆହ୍ୱାନିକା ଏହି ପ୍ରତିଯୋଗିତାରେ ଭାଗ ନେଇ ୨୦୨୨ରେ ହେବାକୁ ଥିବା ବେବି ଦି ଇୟର ପାଇଁ ମନୋନୀତ ହୋଇଛନ୍ତି । ଏଥିରେ ୧ଶହ ଜଣ ଭାଗ ନେବାକୁ ରହିଥିବା ବେଳେ ଆରୋହୀ ଏବେ ୭୭  ସ୍ଥାନରେ ରହିଛନ୍ତି ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧--=୧୦,୩୫   Sakhigopal News, 16/7/2021

Blog Archive

Popular Posts