ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଡେଲାଙ୍ଗ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଜାର ଅଲି ଶାହା ଓରଫ ବାବୁଲି(୩୮) ଓ ଏକବଲ ଶା ଓରଫ ରାଜୁ(୩୪) । ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ସେଠାରେ ଜାମିନୀ ନାମାଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧--=୧୦,୪୫ Sakhigopal News, 16/7/2021