Breaking News

ଦିଅରକୁ ଭାଉଜର ତାଗିଦ ବେଳେ ପଥଚାରୀ ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ

 


ଜଟଣୀ,----- ଜଟଣୀର ମ୍ୟୁନିସିପାଲିଟି ଛକରେ ଥିବା ଏକ ଜଳଖିଆ ଦୋକାନରେ ଅଭାବନୀୟ ଘଟଣା ଘଟିଯାଇଛି । ଜଳଖିଆ ପ୍ରସ୍ତୁତିରେ ନେଇ ହୋଇଥିବା ବ୍ୟତିକ୍ରମକୁ  ଭାଉଜ ଦିଅରକୁ ତାଗିଦ କରୁଥିବା ବେଳେ ସେହି ବାଟଦେଇ ଯାଉଥିବା ଜଣେ ପଥଚାରୀ କାହିଁକି ଗାଳିଗୁଲଜ କରୁଥିବା ନେଇ ଉକ୍ତ ମହିଳାଙ୍କ ସହିତ ବଚସା କରିଥିଲେ । ପରବର୍ତି ସମୟରେ ପଥଚାରୀ ଜଣଙ୍କ ଅନ୍ୟ ବ୍ୟକ୍ତିମାନଙ୍କୁ ଡାକିଆଣି ଦୋକାନୀର ପରିବାର ଲୋକଙ୍କୁ ସଙ୍ଗବଧ ଭାବେ =ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଚନାନୁସାରେ, ଜଟଣୀ ପୈାରପରିଷଦ ଛକଠାରେ ଥିବା ଗୋପାଳ ଗୁପ୍ତାଙ୍କ ଜଳଖିଆ ଦୋକାନରେ ଗୋପାଳଙ୍କ ସ୍ତ୍ରୀ ଓ ଭାଇମାନେ କାମ କରିଥାନ୍ତି । ମାତ୍ର ଶନିବାର ଜଳଖିଆ ପ୍ରସ୍ତୁତିରେ ବ୍ୟତିକ୍ରମ ହୋଇଥିବା ନେଇ ଗୋପାଳଙ୍କ ସ୍ତ୍ରୀ ଗୋପାଳଙ୍କ ସାନଭାଇଙ୍କୁ ତାଗିଦ କରୁଥିଲେ । ଏହି ସମୟରେ ଜଣେ ପଥଚାରୀ ଯାଉଥିବା ବେଳେ ଗୋପାଳଙ୍କ ସ୍ତ୍ରୀଙ୍କ ସହିତ ଘଟଣାକୁ ନେଇ ବଚସା କରିଥିଲେ । ଏନେଇ ଉଭୟେଙ୍କ ମଧ୍ୟରେ ଝଗଡାଟି ଉଗ୍ରରୂପ ଧାରଣ କରିଥିଲା । ମାତ୍ର ପଥଚାରୀ ଜଣଙ୍କ ସେଠାରୁ ଘରକୁ ଯାଇ ପରିବାର ଲୋକମାନଙ୍କୁ ସାଙ୍ଗରେ ଧରି ଆଣି = ଗୋପାଳଙ୍କ ପରିବାର ସହିତ ପାଟିତୁଣ୍ଡ କରିଥିଲେ । ପରବର୍ତି ସମୟରେ ଉକ୍ତ ପଥଚାରୀ ଜଣଙ୍କ ଗୋପାଳଙ୍କ ସାନଭାଇଙ୍କ ମୁଣ୍ଡକୁ ଧାରୁଆଅସ୍ତ୍ରରେ ଆକ୍ରମଣ କରିବା ସହିତ ଗୋପାଳଙ୍କ ବେକକୁ ବିୟର ବୋତଲରେ ମରଣାତ୍ମକ ଆକ୍ରମଣ କରିଥିଲା ବୋଲି ଲିଖିତ ଅଭିଯୋଗରେ ଗୋପାଳ କରିଛନ୍ତି  । ଅନ୍ୟପଟେ ଗୁରୁତର ଅବସ୍ଥାରେ ଗୋପାଳ ଏବଂ ତାଙ୍କ ସାନଭାଇଙ୍କୁ ସ୍ଥାନୀୟ ଲୋକେ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାଲାଗି ପଠାଇଥିଲେ । ଏନେଇ ଜଟଣୀ ଥାନାରେ ୩ଜଣଙ୍କ ନାମରେ ଅଭିଯୋଗ ହୋଇଛି । ମାତ୍ର ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏଥିରେ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି ଗୋପାଳ ଅଭିଯୋଗ କରିଛନ୍ତି ।  ଜଟଣୀରୁ ରଙ୍ଗନାଥ ବେହେରା, ୧୮/୭/୨୦୨୧---୮,୩୦    Sakhigopal News, 18/7/2021

=

Blog Archive

Popular Posts