Breaking News

ନୁତନ ଜିଲ୍ଲାପାଳଙ୍କୁ ବରଗଡ଼ ସମବାୟ ଚିନି କଳ କର୍ମଚାରୀ ୟୁନିୟନ ର ସାକ୍ଷାତ


 ଭେଡେନ----- ବରଗଡ଼ ସମବାୟ ଚିନି କଳ କର୍ମଚାରୀ ୟୁନିୟନ ର ସଭାପତି ଶ୍ରୀ ପ୍ରଦୀପ ଦେବତା ଏବଂ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ଚିନି କଳ ର କର୍ମଚାରୀ ମାନେ ବରଗଡ଼ ଜିଲ୍ଲାର ନୁତନ  ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ ଙ୍କୁ ସୈଜନ୍ଯ ମୁଳକ ସାକ୍ଷାତକାର କରି ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ଶ୍ରୀ ଦେବତା କଲେକ୍ଟର ଙ୍କୁ ବରଗଡ଼ ସମବାୟ ଚିନି କଳ ର ବିଭିନ୍ନ ସମସ୍ୟା ଯଥା ଦିର୍ଘ ୬ ବର୍ଷ ହେଲା ଚିନି କଳ କୁ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ଦିଆ ନଯିବା, ବର୍ତ୍ତମାନ ର ଅସ୍ଥାୟୀ ନିର୍ଦ୍ଦେଶକ ଚିନି କଳ କୁ ଯାଉ ନଥବା, ଚିନି କଳ ର କର୍ମଚାରୀ ଦିର୍ଘ ୪୬ ମାସ ହେଲା ଦରମା ପାଇନଥିବା ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ । କଲେକ୍ଟର ମହୋଦୟା ଚିନି କଳ ସମସ୍ୟା ଜାଣିଥିବା ଏବଂ ବରଗଡ଼ ସମବାୟ ଚିନି କଳ ରେ ଇଥାନଲ ତିଆରି ହେଲେ ଯାଇ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି କହିବା ସହିତ ଏହାର ଏକ ସବିଶେଷ ତଥ୍ୟ ମାଗିଛନ୍ତି ବୋଲି କହିଥିଲେ । ଶ୍ରୀ ଦେବତା କଲେକ୍ଟର ଙ୍କୁ ଚିନି କଳ ପରିଦର୍ଶନ କରିବାକୁ ନିବେଦନ କରିଥିଲେ  । କଲେକ୍ଟର ତାହାକୁ ଗ୍ରହଣ କରିଥିଲେ ।
ଭେଡେନ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ
ସାକ୍ଷୀଗୋପାଳ ନିଉଜ,୨/୭/୨୦୨୧-----୪,୧୦ , Sakhigopal News,2/7/2021

Blog Archive

Popular Posts