Breaking News

ପାଇପି ଫାଟି ରାସ୍ତାରେ ଭାସୁଛି ପାଣି ; ପାଣି ପାଇଁ ଲୋକମାନେ ଡହଳବିକଳ


 ସାକ୍ଷୀଗୋପାଳ ------ସତ୍ୟବାଦୀରେ ଅନେକ ଗ୍ରାମ ଦାଣ୍ଡରେ  ପାଣିର ସୁଅ ଚାଲିଛି । ସେହିପରି ଅନେକ ଗ୍ରାମରେ ପାଣିର ଅଭାବ ଦେଖାଯାଇଛି । ଯାହାକି  ଲୋକମାନେ ଗଡିଆ ,ଯୋର ଓ ଚୁଆ ପାଣି ପିଇବା ପାଇଁ ବ୍ୟବହାର କରୁଥିବରେ ଜଣାପଡିଛି । ଗୋଟିଏ ପଟେ ପାଣି ରାସ୍ତା ଉପରେ ଭାସୁଥିବା ବେଳେ ଅନ୍ୟପଟେ ପାଣି ପାଇଁ ଗ୍ରାମ ମାନଙ୍କରେ ହାହା କାର ପଡିଛି । ଏହା ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ । ସୁଚନାଯୋଗ୍ୟ ଯେ ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ମଉଁନେଇ ମନ୍ଦିର ନିକଟରେ ଜିଆଇ ପାଇପି ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଇଛି । ମାତ୍ର  ପାଇପି ଫାଟି ଯିବାରୁ ରାସ୍ତାରେ ପାଣିରସୁଅ ଚାଲିଥିଲେ ମଧ୍ୟ ବିଭାଗୀୟ ପକ୍ଷରୁ ମରାମତି କରାଯାଉନାହିଁ । ଯାହା ଫଳରେକି କେତକ ଗ୍ରାମକୁ ପାଣି ଯାଉନାହିଁ । ଅଧିକାଂଶ ଦିନ ଏହି ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ରହୁଛି । କହିଲେ ବିଭାଗୟୀ ଅଧିକାରି କହନ୍ତି କେତେକ ଅସୁବିଧା ଯୋଗୁ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଛି । ଅନ୍ୟ ପକ୍ଷେ ବର୍ଷା ନଥିବାରୁ ରତ୍ନଚିରା ଖଲାସିରେ ପାଣି ମଧ୍ୟ ନାହିଁ । ଲୋକମାନେ ପାଇପି ପାଣି ଉପରେ ସମ୍ପୁର୍ଣ୍ଣ ନିର୍ଭର କରିଛନ୍ତି । ଯେଉଁଦିନ ପାନୀୟ ଜଳ ଯୋଗାଣ ବନ୍ଦ ରହୁଛି ସେ ଦିନ ବାସୁକେରା, ରଙ୍ଗଣିସାହି, ଗୋପାଳପୁର ପାଟଣା , ସେବକସାହି ଆଦି ଅନେକ ଗ୍ରାମରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ତୁରନ୍ତ ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ନଜର ଦେବାକୁ ଦାବି ହେଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୭/୨୦୨୧--୯,୦୦    Sakhigopal News, 18/7/2021

Blog Archive

Popular Posts