ସତ୍ୟବାଦୀ ପୋଲିସ ପକ୍ଷରୁ ମାସ୍କ ଚେକିଙ୍ଗ ଆରମ୍ଭ ; ୭ଜଣ ଜୋରିମାନା ଦେଲେ
ସାକ୍ଷୀଗୋପାଳ-----ରାଜ୍ୟରେ ଏବେ କରୋନା ମୁହାଁଇଥିବାରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରାରଙ୍କ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି । ଏହାକୁ ନଜର ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ଏଏସଆଇ ବୈଷ୍ଠବ ମହାରଣା ଓ କୃଷ୍ଣଚନ୍ଦ୍ର ଦାସ ବସଷ୍ଟାଣ୍ଡ ଓ ବଜାର ମଧ୍ୟରେ ମାସ୍ପ ଚେକିଙ୍ଗ କରିଥିଲେ । ସାତଜଣ ଗାଡି ଚାଳକ ଓ ଜନସାଧାରଣଙ୍କୁ ଠାରୁ ୭ଶହ ଟଙ୍କା ଫାଇନି ଆଦାୟ କରାଯାଇଛି । ବହୁ ଲୋକଙ୍କୁ ତାଗିଦ କରାଯାଇ ଛାଡି ଦିଆଯାଇଛି । ଏହି ଚେକିଙ୍ଗ ଯୋରସୋର କରାଯିବ ବୋଲି ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୪,୦୦