Breaking News

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି


ସାକ୍ଷୀ ଗୋପାଳ ନିଉଜ୍ :-ଆଜି ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ବରଗଡ ଜିଲ୍ଲାର ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର କର  ଅଧ୍ୟକ୍ଷତା କରିଥିଲେ । ଏଥିରେ ଡାକ୍ତର ରୋଜୀ ପ୍ରଧାନ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମଞ୍ଜୁସା ମାଝୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।  ବିଶେଷ ଭାବରେ କରୋନା ଷ୍ଟେନ୍ ର ଦ୍ଵିତୀୟ ଲହର ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା। ଏହାସହିତ ଜନସାଧାରଣ ଙ୍କୁ କିପରି ମାକ୍ସ ପିନ୍ଧଵା ହାତ ଧୋଇବା ସାମାଜିକ ଦୂରତା ବଜାଇ ରଖିବା ପାଇଁ ଆଲୋଚନା କରାଯାଇଥିଲା । ଗାଁ କଲ୍ଯାଣ ସମିତି, ରୋଗୀ କଲ୍ଯାଣ ସମିତି, ଅଂଗନବାଡି କର୍ମୀ ଓ ଆଶା କର୍ମୀ ମାନେ କିପରି ଭାବରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଚାର, ପ୍ରସାର କରାଯିବ ଆଲୋଚନା ହୋଇଥିଲା। ଏହାସହିତ ଭେଡେନ ବ୍ଲକ ର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେମଣ୍ଡା, ଚିଚିଂଡା, ଧାତୁକପାଲି, ରେଶମ, ଗଣ୍ଡତୁରୁମ, ସିଆଲଖଡଥା, ତାଲମେଂଡା ଓ ଝରାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୭/୪/୨୦୨୧----୧୧,୦୦

Blog Archive

Popular Posts