Breaking News

*ମିଥ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୁରୁଦେବଙ୍କୁ ମୁକ୍ତ କରିବା କୁ ଦାବି କଲା ସିପିଆଇ ରେଡ଼ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି*



 ବ୍ରହ୍ମପୁର  ----  ଆଜି ରେଡ଼ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ବ୍ରହ୍ମପୁରର ଟାଟା ବେଞ୍ଜ ଛକରେ ଏକ ଗଣବିକ୍ଷୋଭ ପ୍ରଦର୍ଶନ ଆୟୋଜନ କରି  ମିଥ୍ୟା ଅଭିଯୋଗରେ ୧୬ ଡିସେମ୍ବର ଦିନ ଚମାଖଣ୍ଡି ପୋଲିସ ଦ୍ବାରା ଗିରଫ ହୋଇଥିବା ସାଥୀ ଗୁରୁଦେବ ବେହେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛି । ସାଥ ଗୁରୁଦେବ ବେହେରା ହେଉଛନ୍ତି ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଆବାହକ ଏବଂ ସେ ପରିବେଶ ବିରୋଧୀ ମୋନାଜାଇଟ୍ ପ୍ଲାଣ୍ଟ ବିରୋଧୀ ନେତା ଭାବେ ପରିଚିତ । ମୋନାଜାଇଟି ପ୍ଲାଣ୍ଟ ଯୋଗୁଁ ୩୦କିମି ପରିଧୂରେ ଜଳ , ବାୟୁ ପ୍ରଦୂଷଣ ହୋଇ ମାରାତ୍ମକ ବୃକକ ରୋଗର ଶିକାର ହୋଇ ଖର୍ଚ୍ଚାନ୍ତ ହେବା ସହ ହଜାର ହଜାର ଜୀବନ ପ୍ରଭାବିତ ହୋଇ ପରିବାର ଶୂନ ହୋଇପଡୁଛି । ଏଥିପାଇଁ ମୋନାଜାଇଟ ପାଣ୍ଟ କୁ ତୁରନ୍ତ ବନ୍ଦ କରି ସାଧାରଣ ଗ୍ରାମବାସୀଙ୍କ ଜୀବନ ବଞ୍ଚାଇବାକୁ ଦାବି କଲା ଉକ୍ତ ସଙ୍ଘ।  ସି.ଏସ.ଆର ପାଣ୍ଠି ଲୁଟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ଏବଂ ସ୍ଥାନୀୟ ଅଞ୍ଚଳଦ ବିକାଶ ପାଇଁ ସଂଘର୍ଷ କରୁଲେ । ଆଇ ଆର ଇ ଏଲ୍ ସ୍ଥାନୀୟ ଗାଁ ମାଟିଖାଲ , ବଡ଼ପୁଟି , ଶ୍ରୀରାମପୁର ଇତ୍ୟାଦି ଗ୍ରାମ  ର ଜମିକୁ ଜବରଦଖଲ କରିବାକୁ ଚେଷ୍ଟା କରୁଥିଲା ବୋଲି ଅଭିଯୋଗ ହୋଇଛି ।  ସ୍ଥାନୀୟ ପୋଲିସ୍‌ ସହିତ ଆଇଆରିଏଲ୍ ନକ୍ସା ତିଆରି କରି ଗୁରୁଦେବ ବେହେରା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା  ମାମଲା ପଞ୍ଜିକୃତ କରି ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ଏବଂ ଗ୍ରାମବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଅଧିକାର ଦାବିରୁ ନିବୃତ୍ତ କରିବା ପାଇଁ ଏହି ଆକ୍ରୋଶମୂଳକ ଗିରଫ କରାଯାଇଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅନ୍ୟାୟ ଗିରଫ ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟକୁ ୧୬ ତାରିଖ ସନ୍ଧ୍ୟାରେ ଘେରାଉ କରି ୫ ଘଣ୍ଟା ଧରିବିକ୍ଷୋଭ ପ୍ରଦର୍ଶନ କରିଥିଲେ । IREL ର ମିଥ୍ୟା କେଶ୍  ପ୍ରତ୍ୟାହାର , ବଳପୂର୍ବକ ଦଖଲକୁ ନେଉଥିବା ଜମିକୁ ଘେରି ମୁକ୍ତ କରି ଗ୍ରାମବାସୀଙ୍କ କୁ ଫେରସ୍ତ କରିବା ଦାବି ସହ ଟାଟା ଅଧିଗ୍ରହଣ କରିଥିବା ଜମିକୁ ସେମାନଙ୍କ ମାଲିକ କିମ୍ବା ସେମାନଙ୍କର ଆଇନଗତ ଉତ୍ତରାକାରୀଙ୍କୁ ଫେରାଇବାକୁ ଦାବି କରିଥିଲେ , ଯାତ୍ରୀ ଗୋପାଳପୁର ଟାଟା ଇସ୍ପାତ କାରଖାନା ନାମରେ ଟାଟା କମ୍ପାନୀ ଦ୍ବାରା ଭୂମି ଅଧଗ୍ରହଣ କରାଯାଇଥିଲା । ଗୋପାଳପୁର ଠାରେ ଟାଟା କମ୍ପାନୀ ଦ୍ବାରା ମେଗା ଷ୍ଟିଲ ପ୍ଲାଣ୍ଟ ବସାଇବା ନାମରେ ବ୍ୟାପକ ସରକାରୀ ଓ ବେସରକାରୀ ଜମି ଅଗ୍ରଣ ରଖାଯାଇଥିଲା    ଶେଷରେ  ଟାଟା ଦଖଲ କରିଥିବା ୪ ହଜାର ଏକରରୁ ଉର୍ଦ୍ଧ୍ବ ଜମି ଏବେ ମଧ୍ୟ ଟାଟା କମ୍ପାନୀ ନିକଟରେ ରହିଛି । କମ୍ପାନୀ ବାଉଣ୍ଡରୀ ୱାଲ କରି ଏହି ଜମିକୁ ନିଜ ଅଧୀନରେ ରଖିଛି । ଅନ୍ୟପକ୍ଷରେ କମ୍ପାନୀ ନିର୍ମାଣ ହେଲେ ଚାକିରୀ ପାଇବାକୁ ପ୍ରତିଶୃତି ପାଇଥିବା ଚାଷୀ ଓ ଗ୍ରାମବାସୀ ହତାଶ ହୋଇଛନ୍ତି । ସେମାନେ ଜମି , ଜୀବିକା , ରୋଜଗାର ସବୁକିଛି ହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଟାଟା ଦଖଲରେ ଥିବା ସମସ୍ତ ଘରୋଇ ଜମିକୁ ଜମି ମାଲିକ ମାନଙ୍କୁଏବଂସରକାରୀ ଜମି କୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଣ୍ଟନ କରିବାକୁ ଭାରତର କମ୍ୟୁନିଷ୍ଟ ପାର୍ଟି ରେଡ଼ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି ହୋଇଥିଲା । ସଂଘର୍ଷ କରୁଥିବା ଗ୍ରାମବାସୀ ଓ ନେତା ଗୁରୁଦେବ ବେହେରା ଉପରେ ମିଥ୍ୟା ମାମଲା ପରଞ୍ଜିକୃ କରି ୨୭ ଜଣ ଗ୍ରାମବାସୀ ଙ୍କୁ ବେଆଇନ ଗିରଫ କରିଛି ପୋଲିସ। ଏହାକୁ ଦୃଡ଼ ବିରୋଧ କରିବା ସହ ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରି ଖଲାସ କରିବା ପାଇଁ ଆଜି ଗଣ ବିକ୍ଷୋଭ ହୋଇଥିଲା । ଏହି ବିକ୍ଷୋଭ ରେ ଆଦିବାସୀ ମହାସଭାର ରାଜ୍ୟ ଆବାହକ ଟୁନା ମଲିକ୍ ,କ୍ରାନ୍ତୀକାରି କୃଷକ ସଭାର ପି .ପାର୍ବତୀ ,ଭଗବାନ ପ୍ରଦାନ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ପ୍ରୟାସ ଟିଭି।

Blog Archive

Popular Posts