କୋଦଳା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟିକା
କୋଦଳା ------କୋଦଳା ଏନଏସି ର ବିଭିନ୍ନ ୱାର୍ଡ କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରାତଭ୍ରମଣ ରେ ଆସି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରି ନବ ନିର୍ମିତ ନିର୍ମାଣଧୀନ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ।
ରବିବାର ସକାଳୁ ସକାଳୁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ କୋଦଳା ଏନଏସି ପରିବା ବିକାଳିଙ୍କ ଅନୁରୋଧ କ୍ରମେ ଶତାଧିକ ମହିଳା ଓ ପୁରୁଷ ବ୍ୟବସାୟିଙ୍କ ଗହଣ ରେ ଆସ୍ଥାୟୀ ପରିବା ବଜାର କୁ ଯାଇ ସେମାନଙ୍କ ସମସ୍ୟା ବୁଝି ଅତିଶୀଘ୍ର ପରିବା ବଜାର ନିମନ୍ତେ ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନବନିର୍ମିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ସେହି ସମୟ ରେ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ୱାର୍ଡ ନଂ 2 ଗୌଡ଼ସାହି ମୁହଁ ରେ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ବହୁ ପୁରାତନ ଜଗତା ନାଳ ଶଙ୍ଖ ଓ ତାହାର ପାଚେରୀ ର କିଛି ଅଂଶ ଭାଙ୍ଗି ରୁଜି ଯାଇଥିବା ଦେଖିବା ପରେ ଏହାକୁ ତୁରନ୍ତ ନିର୍ମାଣ କରାଯିବ ବୋଲି କହିଥିଲେ । ପରେ ପରେ ଖଡୁରା ସାହି, କରଣ ସାହି, ପାଣ୍ଡି ସାହି, ରାମଚନ୍ଦ୍ର ପୁର ରାସ୍ତା ଓ ଡ୍ରେନେଜ ନିର୍ମାଣ ର ଅଗ୍ରଗତି , ଶକ୍ତିନଗର, ହରିଜନ ସାହି , ମାଛ ମାର୍କେଟ ର ନବନିର୍ମିତ ଗୃହ, ପେବର ରୋଡ଼,ଉକ୍ତ ସମସ୍ତ ୱାର୍ଡ ରେ ଲୋକଙ୍କ ଆବଶ୍ୟକତା କୁ ଅନୁଧ୍ୟାନ କରି ପ୍ରସ୍ତାବିତ କାର୍ଯ୍ୟ ଗୁଡିକ ଅତିଶୀଘ୍ର କରାଯିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି । ଡେରାସାହି, ଦେଇ ଜଗନ୍ନାଥ ମନ୍ଦିର ପହଞ୍ଚି ମନ୍ଦିର ମଧ୍ୟ ରେ ନୂତନ ଗୃହ ପାଇଁ ବିଧାୟିକା ହାତ ପାଣ୍ଠିରୁ କିଛି ଅନୁଦାନ ପ୍ରଦାନ କରିଥିଲେ ।ବିଧାୟିକାଙ୍କ ସହିତ ବିଜେଡି କର୍ମକର୍ତ୍ତା ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଏନଏସି କାର୍ଯ୍ୟକ୍ରମ ପରେ ଅଞ୍ଚଳ ର ଚାଷୀ ମାନଙ୍କ ଅନୁରୋଧ ରକ୍ଷାକରି ବାଘୁଆ ଠାକୁରାଣୀ ମନ୍ଦିର ରେ ଚାଷୀଙ୍କ ବୈଠକ ରେ ପହଞ୍ଚି ଥିଲେ। ପାଣି ଆସିବାକୁ ସମସ୍ତ ସୁବିଧା ସତ୍ୱେ କେନାଲ ଖୋଳା ର ଅବ୍ୟବସ୍ଥା ର ସମାଧାନ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇବା ନିମନ୍ତେ କେନାଲ ର ପୁନଃରୁଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଅଣ ଜଳସେଚିତ ଜମିକୁ ଜଳସେଚନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ସହିତ କେନାଲ କାମ ଖୁବଶୀଘ୍ର ଆରମ୍ଭ ହୋଇ ଶେଷ କରାଯିବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଥିଲେ । ବାଘୁଆ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ନିଜସ୍ୱ ପାଣ୍ଠିରୁ କିଛି ବ୍ୟବସ୍ଥା କରିଥିବା ଜଣା ପଡିଛି ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୨୧/୧୨/୨୦୨୦----୬,୪୦