ମହାମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକରେ ଗଠନ କରାଯାଇଥିବ ପଞ୍ଚାୟତ ମହିଳା ମହାମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୪ ହଜାର ୮ଶହ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ କରାଯାଇଛି । ସତ୍ୟବାଦୀ ବ୍ଳକର ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହିଳା ମହାମଞ୍ଚପକ୍ଷରୁ ୧୫ ହଜାର ୫ଶହ, ପେଣ୍ଠପଡା ୬ ହଜାର ୫ଶହ, ପରଗାପଡା୫ହଜାର, ସାରଙ୍ଗଯୋଡି, ୭ହଜାର, ବଳରାମପୁରଗଡ୫ହଜାର ଓ ମୂଳଅଳସା ଗ୍ରାମ ପଞ୍ଚାୟତର ମହିଳା ମହାମଞ୍ଚ ପକ୍ଷରୁ ୫ ହଜାର ୮ଶହ ଟଙ୍କାର ଚେକ ସଭାନେତ୍ରୀ ଓ ସମ୍ପାଦିକା ମାନେ ବିଡିଓ ସରୋଜ କୁମାର ଦତ୍ତ ଙ୍କୁ ପ୍ରଦାନ କରାଯାଇଥିଲା । ଓଡିଶା ଜୀବିକା ମିଶନ ର ବି.ଟି.ଏମ ଶାସ୍ୱତୀ ଦାଶ ଉପସ୍ଥିତ ରହିଥିଲେ । ଏହି ଚେକ ପ୍ରଦାନ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି