ମହିଳା ଗୋଷ୍ଠୀଙ୍କୁ ସଚେତନତା ଓ ସହାୟତା ପ୍ରଦାନ
ଭୁବନେଶ୍ୱର---- କରୋନା ପାଇଁ ସବୁଆଡେ ଲକ ଡାଉନ ଜାରି ରହିଛି । ଯାହା ଫଳରେକି ଶ୍ରମିକ, ଗରିବ ଓ ଅସହାୟ ପରିବାର ବହୁ ଅସୁବିଧାରେ ରହିଛନ୍ତି । ଏହି ସମୟରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ଇଫେକୋ ଓ ଆଇ, ଏଫ, ଏଫ. ଡି, ସି ତରଫରୁ ଭୁବନେଶ୍ୱର ବ୍ଳକର ପୋଷ୍ୟଗ୍ରାମ ହରିଡାପଡା ଓ କଳାପିତ ଗାଁରେ ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଶୁଖଲା ଖାଦ୍ୟ ସମାଗ୍ରୀ ବଣ୍ଟନ କରାଯାଇଥିଲା । କରୋନା ଭୂତାଣୁ ଠାରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା କରିବା , ସାବୁନରେ ହାତ ଧୋଇବା , ଘରୁ ବାହରକୁ ବାହାରିଲେ ମୁହଁରେ ମାକ୍ସ ଲଗାଇବା ସମ୍ପର୍କରେ ଆଇ . ଏଫ. ଏଫ ଡି,ସିର ପ୍ରକଳ୍ପ ସଂଯୋଜକ ତନବୀର ନସିର ଖାନ ମହିଳା ମାନଙ୍କୁ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମକୁ କ୍ଷେତ୍ରାଧିକାରୀ ରାଧାକାନ୍ତ ସାମନ୍ତରାୟ ଓ ଅଜୟ ବଳବନ୍ତରାୟପରିଚାଳନା କରିଥିଲେ ।
ଧୀରେନ୍ଦ୍ର ସେନାପତି