ମାରପିଟ ଘଟଣାରେ ସତ୍ୟବାଦୀ ପୋଲିସ ୧୧ ଜଣଙ୍କୁ ଗିରଫ
ସାକ୍ଷୀଗୋପାଳ----- ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ସତ୍ୟବାଦୀ ଥାନା ଅନ୍ତର୍ଗତ ମହାମାୟାସାହିରେ ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇ ୧୦ ଜଣ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବା ଜଣାପଡିଛି । ପ୍ରେମାନନ୍ଦ ଦାସଙ୍କ ଅଭିଯୋଗ କ୍ରମେ ଥାନା କେସନଂ ୧୨୪ରେ ମେନକା ଦାସଙ୍କ ସହିତ ୬ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ମେନକା ଦାସଙ୍କ ଅଭିଯୋଗ କ୍ରମେ ଥାନା କେସନଂ ୧୨୩ରେ ପ୍ରେମାନନ୍ଦ ଦାସ ଓ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସେହପିର ଚୁରାଳି ଗ୍ରାମର ଶବର କୁମାର ସାହୁ ନାମକ ଜଣେ ଯୁବକ ଗିର‘ ହୋଇ କୋର୍ଟ ଚାଲାଣ ହୋଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ