ସତ୍ୟବାଦୀ ବ୍ଳକ ସଭାଗୃହ ପରିସରରେ ସରପଞ୍ଚ ମାନେ ନେଲେ ଶପଥ
ସାକ୍ଷୀଗୋପାଳ ----- ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସି ମାଧ୍ୟମରେ ବ୍ଳକର ୨୪ ଜଣ ସରପଞ୍ଚ ଶପଥ ପାଠ ନେଇଛନ୍ତି । ବିଶେଷ କରି କେରାନା ଭୂତାଣୁକୁ ନିଜ ନିଜ ପଞ୍ଚାୟତରେ ଭର୍ତ୍ତି କରାଇ ଦେବୁ ନାହିଁ ବୋଲି ଶପଥ ପାଠ କରିଛନ୍ତି । ସରକାରଙ୍କ ଆଇନକୁ ସନମାନ ଜଣାଇ କାର୍ଯ୍ୟ କରିବୁ ବୋଲି ସରପଞ୍ଚ ମାନେ କହିଥିଲେ । ପ୍ରତି ପଞ୍ଚାୟତରେ ତିଆରି କରାଯାଇଥିବା ଅଣସର ଘର ସଠିକ ପରିଚାଳନା କରିବୁ । ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକମାନଙ୍କୁ ଏହି ଅଣସର ଘରେ ୧୪ ଦିନ ରଖିବୁ । ଏଥିରେ କୌଣସି ପ୍ରକାରର ଅବହେଳା କରାଯିବ ନାହିଁ । ଲକ ଡାଉନ ଉଠିବା ପରେ ଆମେ ପ୍ରସ୍ତୁତ ହୋଇ ରହିଛୁ ବୋଲି ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ର କହନ୍ତି । ଆବଶ୍ୟକ ସ୍ଥଳରେ ବିଡିଓ ଶ୍ରୀ ଦତ୍ତଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଜିପିଓ ମଣ୍ଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି