Breaking News

ଗ୍ରାମାଞ୍ଚଳରେ ନାହିଁ କରୋନା ସଚେତନତା

ବେଗୁନିଆ ―କରୋନା ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଆଵଶ୍ୟକ କାର‌୍ୟ୍ୟ ନଥିଲେ ବାହାରକୁ ନ ବାହାରିବା, ସାମାଜିକ ଦୁରତ୍ବ,ମାସ୍କ ବ୍ୟବହାର କରିବା ଓ ଅନ୍ୟାନ୍ୟ ନିୟମ ଉପରେ ସରକାର ଜନସାଧାରଣରଙ୍କୁ ଅବଗତ କରାଇଛନ୍ତି ।  ବ୍ଲକ ପ୍ରଶାସନ ପକ୍ଷରୁ ଲକଡାଉନ ଠାରୁ ବିଡ଼ିଓଙ୍କୁ କୌଣସି କରୋନା ସମ୍ପର୍କିତ ସଚେତନତା କାର‌୍ୟ୍ୟକ୍ରମ ରେ ଦେଖିବାକୁ ମିଳିନାହିଁ ବୋଲି ଲୋକମାନେ କହନ୍ତି । ଅନେକ ସମୟରେ ଗ୍ରାମାଞ୍ଚଳର ଲୋକମାନେ ବଜାର ବା ଦୋକାନକୁ ସଉଦା ପତ୍ର କିଣିବା ପାଇଁ ବାହାରକୁ ଯାଉଥିବା ବେଳେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତ୍ବକୁ ନିୟମକୁ ପାଳନ କରୁ ନଥିବାର ଦେଖିବାକୁ ମିଳୁଛି । ପ୍ରଶାସନର ଅପହଞ୍ଚ ଯାଗାମାନଙ୍କରେ  ଲୋକମାନେ ଖୁଲମଖୁଲା ଭାବରେ ବାହାରେ ଘୁରି ବୁଲୁଥିବାର ଦେଖାଯାଉଛି।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts