କୁକୁର ମୁହଁରୁ ହରିଣକୁ ଉଦ୍ଧାର କରି ବନଵିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ
ପୁରୀ-----ଆଜି ସକାଳୁ କୁକୁର ମୁହଁରୁ ଏକ ହରିଣକୁ ଉଦ୍ଧାରକରି ଗୋପ:ଵନଵିଭାଗକୁ ହସ୍ତାନ୍ତର କରିଛନ୍ତି ନିମାପଡା ଭିଲ୍ଲିଗ୍ରାମର ଗ୍ରାମଵାସୀ । ହରିଣଟି ଭିଲ୍ଲିଗ୍ରାମ ନିକଟସ୍ଥ ଧାନ ଵିଲରେ ବୁଲୁଥିବା ବେଳେ କେତେକ କୁକର ତାକୁ ଦେଖି ଗୋଡାଇଥିଲେ । ଜୀବନ ବିକଳରେ ହରିଣଟି ଇତସ୍ତତଭାବେ ଏଣେତେଣେ ଦୋଡି ଖଣ୍ଡିଆଖାଵରା ହୋଇଥିଲା ।ଏହା ଦେଖି ନିକଟସ୍ତ କେତକ ଗ୍ରାମଵାସୀ କୁକୁର ମୁହଁରୁ ହରିଣଟିକୁ ଉଦ୍ଧାର କରିଥିଲେ । ଖବରପାଇ ବନବିଭାଗର ଜଣେ ଗାର୍ଡ ଶିଶିର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ଗୋପ ପ୍ରାଣୀ ଚିକିସ୍ଛାଳୟରେ ଚିକିତ୍ସା କରିବାପରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡିଦେଇଥିବା ଜଣାପଡିଛି ।ଏଠାରେ ସୁଚନାଥାଉକି କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଖାଦ୍ୟ ଓ ପାନୀୟ ଜଳର ଅଭାବ ଦେଖାଦେଇଥିବାରୁ ହରିଣ ମାନେ ଗାଁମୁହାଁ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ