ସରକାରୀ ନିୟମକୁ ଫୁ... ବିନା ଫଳକରେ ଏନଏସି କାର୍ଯ୍ୟାଳୟ, ଲୋକେ ହନ୍ତସନ୍ତ
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ । ଦୀର୍ଘ ସାତ ବର୍ଷରୁ ଉର୍ଦ୍ଧ୍ବ ହେବ ନିଜ ମନମାନି ଭାବେ କାର୍ଯ୍ୟ ଏଠାରେ ଚାଲିଛି । ଲୋକେ ହଇରାଣ ହରକତ ହେଉଥିବାବେଳେ କାର୍ଯ୍ୟାଳୟର ନାମ ଫଳକଟିଏ ମଧ୍ୟ ଲାଗିନାହିଁ। ଯାହା ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ,ଅନୁଷ୍ଠାନ ତଥା ଦୋକାନ ମାନଙ୍କର ନାମ ଫଳକ ଯେଉଁ ଭାଷାରେ ଲେଖାହେଇଥାଉ ନା କାହିଁକି ଓଡ଼ିଆରେ ଲେଖିବା ପାଇଁ କଡା ନିର୍ଦ୍ଦେଶ ରହିଛି । ଏନଏସି ପ୍ରଶାସନ ଏହି ନିୟମକୁ ବେଖାତିରି କରୁଥିବା ଲୋକମାନେ କହନ୍ତି । ଅନ୍ୟ ପକ୍ଷେ ଲୋକଙ୍କୁ ତାଗିଦ କରିବା ସହ ଜୋରିମାନା ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା ଓ ନିୟମକୁ ଉଲଂଘନ କରିଥିବା ଅନେକ ବ୍ୟକ୍ତି ବିଶେଷଙ୍କ ଠାରୁ ଅତାବିରା ତହସିଲ ପ୍ରଶାସନର ମିଳିତ ଉଦ୍ୟମରେ ହଜାର ହଜାର ଟଙ୍କା ଜୋରିମାନା ମଧ୍ୟ ଅସୁଲି କରାଯାଇଥିବା ଲୋକମାନେ କହନ୍ତି ।ଯାହା ଏବେ ଖୋଦ ଏନଏସି କର୍ତ୍ତୃପକ୍ଷ ସରକାରୀ ନିୟମରୁ ଉର୍ଦ୍ଧ୍ବରେ ଥିବା ପରି ମନେ ହୁଏ। ନିୟମକୁ ଉଲଂଘନ କରୁଥିବା ଲୋକଙ୍କୁ ଦଣ୍ଡିତ କରି ଜୋରିମାନା ଅସୁଲି କରୁଥିବା ସରକାରୀ ଅଧିକାରୀ ମାନଙ୍କ ପାଇଁ କଣ ଏସବୁ ମାଫ। ତେବେ ଦେଖଯାଉ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରୁଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ