ମିଶନଶକ୍ତି ମହିଳା ମହାସଂଘ ପକ୍ଷରୁ ଗ୍ରାମ ସଫେଇ
ଡେଲାଙ୍ଗ ---- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେରାନା ମହାମାରୀ ପାଇଁ ଲକ ଡାଉନ ଘୋଷଣା ହେବାଠାରୁ ଡେଲାଙ୍ଗ ବ୍ଳକର ମିଶନ ଶକ୍ତି ମହିଳା ମହାସଂଘ ସରକାରଙ୍କ ନିୟମ ଭିତିକ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି । ମହାସଂଘ ପକ୍ଷରୁ ରନ୍ଧା ଖାଦ୍ୟ, ଖବର ମୁତାବକ ଘରେ ଘରେ ପନିପରିବା ଓ ରାସନ ସାମଗ୍ରୀ ଯୋଗାଇ ଦେବା ସହ ସାନିଟାଇଜ ବଣ୍ଟନ କରିଛନ୍ତି । ଏବେ ଗ୍ରାମ ସଫେଇ ଓ କୋରନା ପାଇଁ ସଚେତନା ଭଳି କାର୍ଯ୍ୟ ହାତକୁ ନେଇଥିବା ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ କହିଛନ୍ତି । କେରାନା ମହାମାରୀ ରୋଗ ଗ୍ରାମରେ ନବ୍ୟାପିବା ପାଇଁ ହରିରାଜପୁର ପଞ୍ଚାୟତର ଟାଙ୍ଗିଭଂସର ଗ୍ରାମରେ ସଚେତନତା ର ବାର୍ତା ଦେଇ ମାକ୍ସ ଓ ସାନିଟାଇଜ ବଣ୍ଟନ କରିବା ସହ ଗ୍ରାମ ସଫେଇ କରିଥିଲେ । ଘରେ ରୁହ ସୁରକ୍ଷିତ ରୁହ,ବାହାରକୁ ବାହାରିଲେ ମୁହଁରେ ମାକ୍ସ ପିନ୍ଧିବା, ସରକାରଙ୍କ ସମସ୍ତ ନିୟମ ମାନି ଚଳିବା ପାଇଁ ମହିଳା ଗୋଷ୍ଠୀ ଆହ୍ୱନା ଦେଇଛନ୍ତି । ଅଳିଆ ଅର୍ବଜନା ଏକାଠି ରଖିବା ପାଇଁ ମିଶନଶକ୍ତି ପକ୍ଷରୁ ଗୋଟେ ଗୋଟେ ମାଟି ନନ୍ଦ ବସାଯିବ ଯାହା ଗ୍ରାମ ଅଳିଆ ଆବର୍ଜନା ଗୁଡିକ ବାହାରେ ଏଣେ ତେଣେ ନପକାଇ ତାଭିତରେ ପକାଇବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍ଜି ମହିଳା ମାନଙ୍କ ସହିତ ମିନାକ୍ଷୀ ପ୍ରଧାନ,କବିତା ପ୍ରଧାନ,ଅଙ୍ଗନୱାଡି ଓ ଆଶା କର୍ମି ମାନେ ସାମାଜିକ ଦୁରତା ବଜାୟ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସୋନପତି