ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ଦିବ୍ୟାଙ୍ଗ ବୃଦ୍ଧା
ଶରଣକୁଳ-- ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଏହା ସବୁ କାଗଜପତ୍ରରେ ଚାଲିଛି । ଅନ୍ୟ ପକ୍ଷେ ରାଜ୍ୟ ରେ କରୋନା ଯୋଗୁ ଲକ୍ ଡାଉନ୍ ଜାରି କରାଯାଇଛି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଶରଣକୁଳ ନିକଟସ୍ଥ ହରିହରପୁର ଗ୍ରାମପଞ୍ଚାୟତର ବଡ଼ପୁଟ ଗ୍ରାମର ଲକ୍ଷ୍ମୀ(୭୦)ନାମରେ ଜଣେ ଦିବ୍ୟାଙ୍ଗ ଅନ୍ଧୁଣି ବୃଦ୍ଧା । ଏକ ଭଙ୍ଗା ମାଟି ଘରେ ରହୁଛନ୍ତି।ବୃଦ୍ଧା ଜଣଙ୍କ ଚାଲବୁଲା କରିପାରନ୍ତିନି । ସେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହାନ୍ତି,ଭାତ ତ ଦୂରର କଥା ସେ ସମସ୍ତ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଛନ୍ତି । ତାଙ୍କର ନିଜର ପୁଅବୋହୂ କେହିନାହାନ୍ତି ବୋଲି ସେ କହିଛନ୍ତି।କେତେବେଳେ ବି ଜୀବନ ଯାଇପାରେ।ହରିହରପୁର ଗ୍ରାମର ଗ୍ରୀନ କ୍ଲବ ଦ୍ଵାରା ରନ୍ଧାଖାଦ୍ୟ ବଣ୍ଟନ ସମୟରେ ଏଭଳି ତଥ୍ୟ ପଦାକୁ ଆସିଛି । କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା ସରକାରଙ୍କ ତରଫରୁ କିଛି ସହାୟତା ଯୋଗାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଶରଣକୁଳ ରୁ ମାନସ କୁମାର ସାହୁ।