Breaking News

କରୋନା ପାଇଁ ଧାନକେରାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା


ଡେଲାଙ୍ଗ---- ରାଜ୍ୟରେ କରୋନା ଭୁତାଣୁ ସହିତ ମଣିଷର ଲଢ଼େଇ ଜାରି ରହିଛି । ରାଜ୍ୟ ସରକାର ସମସ୍ତ ପ୍ରକାର ସଚେତନତା ସୃଷ୍ଟି କରିଛନ୍ତି । ଏହାକୁ ନଜରକରି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନପିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କନ୍ଦ୍ରେ ଖୋଲିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି । ଧାନକେରା କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୫ଟି ୱାର୍ଡ ବିଶ୍‌ିଷ୍ଟ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି । ଏଥିରେ ସରପଞ୍ଚ, ସ୍ୱାସ୍ଥ୍ୟକର୍ମୀ, ଆଶାଦିଦି, ଗ୍ରାମ ପଞ୍ଚାୟତ ଅଧିକାରୀ ଏମାନେ ରହିବେ । ବିଶେଷ କରି ଗ୍ରାମ ପଞ୍ଚାୟତରେ ବା ୱାର୍ଡରେ ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ଜ୍ୱର, ଥଣ୍ଡା, ଖାସ, ଛିଙ୍କ, ମୁଣ୍ଡବିନ୍ଦା ହେଲେ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସା ହେବେ ।  ଏଠାରେ ସମସ୍ତ ସୁବିଧା କରାଯାଇଛି । ସେମାନଙ୍କ ସମସ୍ତ ଖର୍ଜ୍ଜ ପଞ୍ଚାୟତ କରିବ ବୋଲି  ସରପଞ୍ଚ ପ୍ରସନ୍ନ କୁମାର ଜେନାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍କରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts