Breaking News

ବଡ ଭାଇ ଭାଗ ନ ଦେବାରୁ ସାନ ଭାଇ ଗଛରେ ଚଡି ଆତ୍ମହତ୍ୟା ଉଦ୍ଦ୍ୟମ

 ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ବାଲିହୁଡା ଗ୍ରାମରେ ବଡ ଭାଇ ସାନ ଭାଇକୁ ଭାଗ ନ ଦେବାରୁ ସାନଭାଇ ସନ୍ତୋଷ ଦାଶ (୫୧) ବରଗଛରେ ଚଡି ଆତ୍ମହତ୍ୟା କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ଏହା ଦେଖି  ସନ୍ତୋଷଙ୍କ ପୁଅ ଓଁକାର ଅଙ୍କିତ ଦାଶ ଟେଲିଫୋନ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଯେ ମୋ ବାପା ବରଗଛ ଉପରେ ଚଡି ଆତ୍ମହତ୍ୟା କରିବେ ବୋଲି କହୁଛନ୍ତି ବୋଲି ଜଣାଇଥିଲେ । ଏହି ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଆତ୍ମହତ୍ୟା କରିବାକୁ ଉଦ୍ଦ୍ୟମ କରିଥିବା ଶ୍ରୀ ଦାଶଙ୍କୁ ବୁଝାସୁଝା କରିବା ପରେ ସେ ଗଛ ତଳକୁ ଓହ୍ଳାଇଥିଲେ । ସୁଚନାଯୋଗ୍ୟ ଯେ ସନ୍ତୋଷ ଦାଶଙ୍କୁ ତାଙ୍କ ବଡ ଭାଇ ଭାଗ ନ ଦେବାରୁ ସେ ଏହିପରି କାର୍ଯ୍ୟ କରିଥିବା ଜଣାପଡିଛି । ସନ୍ତୋଷଙ୍କୁ ଗଛରୁ ଓହ୍ଳାଇବା ପରେ ତାଙ୍କ ପୁଅ ଅଙ୍କିତଙ୍କୁ ଜିମା ଅଗ୍ନିଶମ ବାହିନୀ ଦେଇଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts