ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ଆଦର୍ଶ ବିଦ୍ୟାଳୟା ୨୦୨୦-୨୦୨୧ ବର୍ଷ ପାଇଁ ଷଷ୍ଠ ଓ ସପ୍ତମ ଶ୍ରେଶୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ତିନୋଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେ ଗୁଡିକ ହେଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୩୧୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷାର୍ଥୀ ରହିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୫୦ ଜଣ ଓ ବୀରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ରରେ ୧୫୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ରହିଥିଲେ । ଷଷ୍ଠ ଶ୍ରେଣୀ ପାଇଁ ୮୦ ଟି ସିଟ ରହିଥିବା ବେଳେ ୬୨୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ସେହିପରି ୭ମ ଶ୍ରେଣୀ ପାଇଁ ୬ଟି ସିଟ ପାଇଁ ୯୧ ଜଣ ଛାତ୍ରଛାତ୍ରୀଙ୍କ ପ୍ରବେଶ ପରୀକ୍ଷା ଦେବାକୁ ରହିଥିବା ବେଳେ ଜଣେ ଅନୁପସ୍ଥିତ ରହିଥିବା ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଜେନାଙ୍କ ଠାରୁ ପ୍ରକାଶ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ମିଶ୍ର, ବିରଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ପରୀକ୍ଷା ପରିଚାଳନା କରିଥିାଲେ । ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ବସନ୍ତ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ମହାପାତ୍ର, ସୁଚିତ୍ର ଖଟୋଇଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷାରେ ସହଯୋଗ କରିଥିଲେ । ସତ୍ୟବାଦୀ ବ୍ଳକରେ ଥିବା ଆଦର୍ଶ ବିଦ୍ୟାଳୟ ରେ ପ୍ରବେଶିକା ପରୀକ୍ଷା ପାଇଁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ