Breaking News

ଦୁଇଟି ନାଗ ସାପ ଉଦ୍ଧାର


ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକ ଅଞ୍ଚଳରୁ  ନାଗ ସାପ  ଉଦ୍ଧାର କରାଯାଇଛି । ବାସୁକେରା ଗ୍ରାମର ଧୀରେନ୍ଦ୍ର ସେନାପତିଙ୍କ ବାରିପଟୁ ଏକ ୫ ଫୁଟ ଲମ୍ବାର ନାଗ ସାପ ବାରମ୍ବାର ବାରିରେ ବୁଲିବା ସହ ଏକ ଗାତରେ ରହିଥିଲା । ଘର ଲୋକମାନେ ଏହା ଦେଖି ପ୍ରହରାଜପୁର ଗ୍ରାମର ସ୍ନେକ ହେଲପ ଲାଇନିର ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଖବର ଦେଇଥିଲେ । ସେ ଆସି ସାପଟିକୁ ଧରିଥିଲେ । ସେହିପରି ବ୍ଳକ ଛକ ନିକଟ ଅଠେଇଶ ଗ୍ରାମର ଗୋପାଳ ନାୟକଙ୍କ ଘରୁ ୪ ଫୁଟ ଲମ୍ବାର ନାଗ ସାପ ସ୍ନେକ ହେଲପ ଲାଇନିର ସଦସ୍ୟ ଶ୍ରୀ ବେହେରା ସାପଟିକୁ ଉଦ୍ଦାର କରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ଖରା ଦିନ ହେବାରୁ ଏହି ବିଷଧର ସାପ ଗୁଡିକ ବାହାରକୁ ବାହାରୁଥିବା ସ୍ନେକ ହେଲପ ଲାଇନିର ସଦସ୍ୟ ଶ୍ରୀ ବେହେରା କହନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts