Breaking News

ଡେଲାଙ୍ଗ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ୭ମ ଦିବସ

 ଡେଲାଙ୍ଗ ----- ଡେଲାଙ୍ଗ ଗୁଡୁପାଇଲୋ କ୍ରିକେଟ କ୍ଳବ ଟୁର୍ଣ୍ଣମେଣ୍ଟ  ପକ୍ଷରୁ ୨ୟ ବାର୍ଷିକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସ ।   ପ୍ରଥମ ମ୍ୟାଚ ମହାବୀର   ଓରିୟସ ଓ ରାଇଜିଙ୍ଗ ଷ୍ଠାର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ପ୍ରଥମେ ମହାବୀର କ୍ରିକେଟ ଦଳ ବ୍ୟାଟିଂ କରି ୧୦ ଓଭର ୫ଟି ବଲରେ  ସମସ୍ତ ଉଇକେଟ ହରାଇ ୬୦ ରନ କରିଥିଲେ । ଜବାବରେ ରାଇଜିଙ୍ଗ ଷ୍ଠାର ୮ ଓଭର  ୧ ଉଇକେଟ ହରାଇ ୬୨ ରନ କରି ବିଜୟୀ ହୋଇଥିଲେ । ସେହିପରି ଅନ୍ୟ ଏକ ମ୍ୟାଚରେ ହିରୋ ଇଲେଭନେ  ଓ ଗତେଶ୍ୱର ବାଷ୍ଟରସ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ଗତେଶ୍ୱର ବାଷ୍ଟରସ ଦଳ ବ୍ୟାଟିଂ କରି ୧୨ ଓଭର  ୧୦ ଉଇକେଟ ହରାଇ ୯୦ ରନ କରିଥିଲେ । ଜବାବରେ ହିରୋ ଇଲେଭନେ କ୍ରିକେଟ ଦଳ୧୨ ଓଭରରେ  ୬ ଉଇକେଟ ହରାଇ ୬୬ ରନ କରିଥିଲେ । ସଞ୍ଜିତ ବଢ଼େଇ ଓ ଟୁଲେଶ୍ୱର  ସାମନ୍ତରାୟ  ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts