ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ ------ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ସାକ୍ଷୀଗୋପାଳର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ତିନିଦିନ ଧରି ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିତାରାଣି ମିଶ୍ର କ୍ରୀଡା ପତାକା ଉଦଘାଟନ କରିଥିଲେ । ବିଦ୍ୟାଳୟର ଜୁନିୟର ଓ ସିନିୟର ଦୁଇ ଭାଗ କରାଯାଇ ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଡିଆଁ, ଲମ୍ବଡିଆଁ, ସଟଫୁଟ ଥ୍ରୋ, ଡିସକସ୍ ଥ୍ରୋ, ଦଉଡି ଡିଆଁ, ମିଜ୍ୟୁକିଚେୟାର ଆଦି ପ୍ରତିଯୋଗିତା କରାଯାଇଥିଲା । ଖେଳ ପରିଚାଳନା କରିଥିଲେ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ସୁନନ୍ଦା ମହାନ୍ତି । ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ମହାପାତ୍ର, ସ୍ନୋହାଶ୍ରୀ ବେହେରା, ସୁପିୟା ସାହୁ ଓ ନମିତା ଦାଶ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଉଦଯାପନ ଦିବସରେ ବିଦ୍ୟାଳୟର ପରିଚାଳନା କମିଟିର ସଭାନେତ୍ରୀ ଅପରାଜିତା ମହାପାତ୍ର ଓ ପ୍ରଧାନ ଶିକ୍ଷୟତ୍ରୀ ଗିତାରାଣି ମିଶ୍ର ଅତିଥି ଭାବେ ଯୋଗଦେଇ କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ରୀ ମାନଙ୍କୁ ପୁରଷ୍କୃତ କରିଥିଲେ । ଶିକ୍ଷୟତ୍ରୀ ସବିତା କୁମାରୀ ରଥ ଅତିଥି ପରିଚୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ରତ୍ନାକର ଜେନା ମଞ୍ଚ ପରିଚାଳନା କରିଥିଲେ । ଜୁନିୟର ବିଭାଗରେ ୭ମ ଶ୍ରେଣୀର ଛାତ୍ରୀ ରଶ୍ମିତା ସ୍ୱାଇଁ ଚମ୍ପିୟାନ ହୋଇଥିବା ବେଳେ ସିନିୟମର ବିଭାଗରେ ୯ମ ଶ୍ରେଣୀର ଛାତ୍ରୀ ଅନ୍ୱେଷା ରଥ ଏ ବର୍ଷର ଚମ୍ପିୟାନ ହୋଇଛନ୍ତି । ବେଷ୍ଟ ସ୍ୱେଚ୍ଛାସେବୀ ଭାବେ ଦଶମ ଶ୍ରେଣୀର ଛାତ୍ରୀ ବିଷ୍ଠୁପିୟା ସାହୁଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଅଗସ୍ଥି କୁମାର ବେହେରା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି