Breaking News

ଓଡ଼ଗାଁ ଟାଏକୋଣ୍ଡୋ ଏକାଡେମୀର ସଫଳତା। : ସମ୍ବର୍ଦ୍ଧନା ଦେବାପାଇଁ ପ୍ରଶାସନ ପାଖରେ ସମୟ ନାହିଁ



ନୟାଗଡ଼ ----ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ଓଡ଼ଗାଁ ଟାଏକୋଣ୍ଡୋ ଏକାଡେମୀର କ୍ରୀଡ଼ାବିତମାନେ ପ୍ରତି ବର୍ଷ ସଫଳତାର ଶୀର୍ଷରେ। ସରକାରୀ ପ୍ରୋତ୍ସାହନ ବିନା ଏମାନେ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରି ଓଡ଼ଗାଁ ତଥା ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଆଣିଥାନ୍ତି ।  ଏମାନଙ୍କୁ ସମ୍ବର୍ଦ୍ଧନା ଦେବା ଦୂରର କଥା ପ୍ରଶାସନ ପାଖରେ ଏହି ଖବର ନଥିବା ବିଡ଼ମ୍ବନାର ବିଷୟ । ରାଜ୍ୟର ସମସ୍ତ ଜିଲ୍ଲାରେ କୃତିତ୍ୱ ହାସଲ କରିଥିବା ସଫଳ କ୍ରୀଡ଼ାବିତଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ କରିଛନ୍ତି । ଏହି କ୍ରୀଡାବିତ୍ତଙ୍କୁ ସମ୍ବର୍ଦ୍ଧନା ଦେବାବେଳ ପ୍ରଶାସନର ଉଦାସୀନତା କ୍ରୀଡ଼ାବିତଙ୍କୁ ହତୋତ୍ସାହିତ କରିଛି ।
 କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ  ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ କ୍ୟୁରୋଗି ଓ ପୁମସେଇ ପ୍ରତିଯୋଗିତାରେ ଓଡ଼ଗାଁ ଟାଏକୋଣ୍ଡୋ ଏକାଡେମୀର ଆକାଶ ମିଶ୍ର କ୍ୟାଡେଟ ୩୭ କି.ଗ୍ରା ବର୍ଗରେ କ୍ୟୁରୋଗି ଇଭେଣ୍ଟରେ  ସ୍ୱର୍ଣ୍ଣ ପଦକ ଓ ଆଦିତ୍ୟ କୁମାର ଦାସ ସିନିୟର  ୪୯କି.ଗ୍ରା ବର୍ଗରେ କ୍ୟୁରୋଗି ଇଭେଣ୍ଟରେ  ରୌପ୍ୟ ପଦକ ହାସଲ କରିଛନ୍ତି ।  ଆଗାମୀ  ଜାତୀୟ ପ୍ରତିଯୋଗୀତାରେ ଅଶଂଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ବୋଲି ଓଡ଼ଗାଁ ଏକାଡେମୀ ତରଫରୁ ସୂଚନା ମିଳିଛି।ପ୍ରଶାସନ ତରଫରୁ ଏମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ଏମାନେ ଜାତୀୟ ସ୍ତରରେ ଜିଲ୍ଲା ପାଇଁ ନିଶ୍ଚୟ ଗୌରବ ଆଣିବେ ବୋଲି ସାଧାରଣରେ ଦାବୀ ଜୋର ଧରିଛି। 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ 

Blog Archive

Popular Posts