 |
Sakhigopal |
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାତରେ ଥିବା ସେବା ସମବାୟ ସମିତି ପରିସରରେ ସରକାରୀ ଧାନ ମଣ୍ଡି ସରକାରୀ ସ୍ତରରେ ଖୋଲିଛି । ଏଠାରେ ଯେଉଁ ଚାଷୀ ମାନେ ନାମ ପଞ୍ଜିୀକରଣ କରିବା ସହ ଆଇସ୍କାନ କରିବା ପରେ ଟୋକୋନ ନେଇ ଧାନ ବିକ୍ରୟ କରି ପାରିବେ । ଧାନକୁଇଣ୍ଠାଲ ପ୍ରତି ୧୮୧୫ଟଙ୍କା ଧାର୍ଯ୍ୟ କରାଯାଇଛି । ଚାଷୀ ମାନଙ୍କ ଦାବିକୁ ନଜର କରି ଯୋଗାଣ ବିଭାଗ ଓ ସାକ୍ଷୀଗୋପାର ନିୟନ୍ତ୍ରିତ ବଜାର କିମଟିର ସହଯୋଗରେ ସତ୍ୟବାଦୀ ବ୍ଳକର ବିଭିନ୍ନ ସମବାୟ ସମିତି କାର୍ଯ୍ୟାଳୟ ଧାନ ମଣ୍ଡି ଖୋଲିଛି । ଏହିଧାନ ମଣ୍ଡି ଉଦଘାଟନ ସମୟରେ ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର, ନିରଞ୍ଜନ ମହାପାତ୍ର, ଛବି ପ୍ରଧାନ, ନରେନ୍ଦ୍ର କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଅଶୋକ ପ୍ରଧାନ, ନାରୟଣ ବେହେରା, ବିଜୟ ନାୟକ ପ୍ରମୁଖ ୬ଜଣ ଚାଷୀଙ୍କ ଠାରୁ ୧୮୫ କୁଇଣ୍ଟାଲ ୧୯ କେଜି ଧାନ କିଣାଯାଇଥିବା ସମବାୟ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି