ଗୋଡ଼ଭଗା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକକ୍ରୀଡା ଉତ୍ସବ
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଦନ ସୁନା ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥିଭାବେ ପରିଚାଳନା କମିଟିର ସଦସ୍ୟ ଉପେନ୍ଦ୍ର ନାରାୟଣ ପଣ୍ଡା,ଏସ ଏମ୍ ସି ଚେୟାରମ୍ୟାନ ବବିତା ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମେ ସହକାରୀ ଶିକ୍ଷୟିତ୍ରୀ ଅନୁପମା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।କ୍ରୀଡା ପରିଚାଳନା କରିଥିଲେ ଖେଳ ଶିକ୍ଷକ ଆଶୁତୋଷ ଦେ,କିଶୋର ପ୍ରଧାନ,ରମେଶ ଚନ୍ଦ୍ର ସେଟ,ରୂପଚନ୍ଦ୍ର ମେଣ୍ଡଲି,ଶୁଭଶ୍ରୀ କର,ଲାଷ୍ମୀ ମହାପାତ୍ର,ସୁଧାଂଶୁ ସେଖେର ସାହୁ,ଗୀତି ରଂଜନ ସାହୁ,ଅଶ୍ୱନୀ କୁମାର ବେରିହା,ମକର୍ଧ୍ଵଜ ପ୍ରଧାନ,ରମେଶ ଛନ୍ଦ।ସମସ୍ତ ସହକାରୀ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ।୨ଦିନ ଧରି ଉତ୍ସବ ଚାଲିଥିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ