Breaking News

ସାକ୍ଷୀଗୋପାଳ ନିଉଜକୁ ବରଗଡ଼ ଜିଲ୍ଲାରେ ପୁଣି ମିଳିଛି ସଫଳତା

 
ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଯୋଗୀପାଲି ରଙ୍ଗବଟିଆ ପଡ଼ାରେ ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ହେବ ରହିଆସୁଥିଲେ ଏକ ଆଦିବାସୀ ଦମ୍ପତି ନବୀନ ଖଡ଼ିଆ ଓ ତାଙ୍କ ସ୍ତ୍ରୀ ଲଳିତା ଖଡ଼ିଆ ୭ପୁଅଝିଅଙ୍କୁ ନେଇ । ଯାହାକି ବର୍ଷକ ଆଗରୁ ନବୀନ ଖଡ଼ିଆ ଦେହାନ୍ତ ପରେ ଗତ ୬ଦିନ ତଳେ ଲଳିତା ଖଡ଼ିଆ କିଡନୀ ରୋଗରେ ମୃତ୍ୟୁବରଣ କରି ତାଙ୍କ ସାତ ପୁଅଝିଅଙ୍କୁ ବାପ ମାଁ ଛେଉଣ୍ଡ କରି ଚାଲିଯାଇଥିଲେ।ଯାହା ବଡ଼ ଝିଅ(୧୫)ବର୍ଷର ଝିଅ ସୁଜାତା ତାଙ୍କ ୬ଭାଇଭଉଣୀଙ୍କୁ ଧରି ଅତି ଦୟନୀୟ  ଅବସ୍ଥାରେ ରହିଥିଲେ ।  ଭାଇଭଉଣୀଙ୍କୁ ସମ୍ବାଳିବେ ସେଇ ଚିନ୍ତାରେ  ପଡିରହିଥିଲେ ସୁଜାତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାକୁ କେନ୍ଦ୍ରକରି ଆମ ସାକ୍ଷୀ ଗୋପାଳ ନିଉଜ୍ ବରଗଡ଼ ପ୍ରତିନିଧି ନବୀନ ଦାଶ ପହଞ୍ଚି ଖବର ସଂଗ୍ରହ କରିଥିଲେ । ଖବର ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କା,ସୋସିଆଲ ୱାର୍କର ବବିତା  ରାଉତ,ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ଶିଶୁ ସୁରକ୍ଷା କମିଟିର କାଉନସିଲର ସରୋଜ ପ୍ରଧାନ,ସ୍ଥାନୀୟ ସରପଞ୍ଚ ଉର୍ମିଳା ବେହେରା ଓ ଟଙ୍କ ଦାଶ ପହଞ୍ଚି ପଡାବାସୀଙ୍କ ସହ କଥାବାର୍ତ୍ତା କରି ପରିବାରରେ ମୃତ୍ୟବରଣ କରିଥିବା ନବୀନ ଖଡ଼ିଆଙ୍କ ମୃତ୍ୟୁ ସାର୍ଟିପିକେଟକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କମିଟିକୁ ଜଣାଇବା ପରେ ମଙ୍ଗଳ ଅଧିକାରୀଙ୍କ  ନିର୍ଦ୍ଦେଶ କ୍ରମେ ସୁଜାତା ଖଡ଼ିଆ,ସୁଚିତ୍ରା ଖଡ଼ିଆ,ଗୀତା ଖଡ଼ିଆ,ରୀତା ଖଡ଼ିଆ, ସୁସ୍ମିତା ଖଡ଼ିଆ ଏହି ୫ଜଣ ଝିଅଙ୍କୁ ବରଗଡ଼ଜିଲ୍ଲା ଗାଇସିଲେଟବ୍ଲକ ଜେନକେଡ଼ା ଗୋପବନ୍ଧୁ ସେବା ସଦନ ଠାରେ ପାଠପଢା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ଦେଢ଼ ବର୍ଷର ଝିଅ ମାନିନୀ ଖଡ଼ିଆ ଓ ୫ବର୍ଷର ପୁଅ ସୁବ୍ରତ ଖଡ଼ିଆ କୋମଳ ଅବସ୍ଥାରେ ଥିବା ଯୋଗୁଁ ସେମାନଙ୍କର ରକ୍ଷଣାବେକ୍ଷଣ ପାଇଁ ବରଗଡ଼ ଅମ୍ବାପାଲି ନିକଟରେ ଶ୍ୟାମ ବାଟିକା କମ୍ପ୍ଲେକ୍ସରେ ଥିବା 'ସା' ସଂସ୍ଥାରେ ରଖିବା ସହ ଦୁଇ ଭାଇ ଭଉଣୀଙ୍କ ଯତ୍ନ ୬ବର୍ଷ ହେବା ପର୍ଯ୍ୟନ୍ତ ସଂସ୍ଥାର ମ୍ୟାନେଜର ଆକାଶ ପଣ୍ଡା ଏହାର ଦାୟିତ୍ୱ ସମ୍ପୂର୍ଣ୍ଣ ନେବେ ବୋଲି ସି ଡବ୍ଲୁ ସି ପକ୍ଷରୁ ଜଣାପଡ଼ିଛି।ଏହି ଦୁଇ ଭାଇ ଭଉଣୀର ୬ବର୍ଷରୁ ଉର୍ଦ୍ଧ୍ବ ଯେବେ ହେବ ଏମାନଙ୍କର ପାଠ ପଢା କେଉଁଠି କରାଯିବ ତାହା ସିଡବ୍ଲୁସିଙ୍କ ସୂଚନା ଅନୁସାରେ ତାଙ୍କର ସୁବ୍ୟବସ୍ଥା କରାଯିବାର ଶିଶୁ ସୁରକ୍ଷା ଅଧିକାରୀ ଏକ୍କାଙ୍କ ପକ୍ଷରୁ ସୂଚନା ମିଳିଛି। ସୁଚନା ଯୋଗ୍ୟ ଯେ ସାକ୍ଷୀଗୋପାଳ ନିଉଜ ପ୍ରଶାସନ ର ଆଢୁଆଳରେ ରହିଯାଇଥିବା କିଛି ଖବର ପ୍ରକାଶ କରିଆସୁଛି । ପ୍ରଶାସନିକ ଓ ବିଧାୟକ ବିଧାୟିକା  ଏହି ନିରୀହ ସାତ ଭାଇ ଭଉଣୀ ମାନଙ୍କୁ ସଠିକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସାକ୍ଷୀଗୋପାଳ ନିଉଜ ପରିବାର ଓ ଆମ ବରଗଡ଼ ଜିଲ୍ଲା ପ୍ରତିନିଧି ଆପଣଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଉଛୁ ।
ବରଗଡ଼ଜିଲ୍ଲା ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts