ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଏନଡିଆରଏଫ ପକ୍ଷରୁ ସଚେତନତା କର୍ମଶାଳା
କୋଣାର୍କ---- ପୂର୍ବ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଥିବା ଦେଶମାନେ ବିଭିନ୍ନ ସମୟରେ ସାମୁଦ୍ରିକ ଝଡ ଓ ପ୍ରକୃତିକ ବିପତ୍ତିର ସମ୍ମୁଖିନ ହୋଇଥାନ୍ତି । ଏହି ବିପତ୍ତିକୁ ମିଳିତଭାବେ ସୁପରିଚାନଳା କରିବା ପାଇଁ ଭାରତ, ଭୁଟାନ, ବାଙ୍ଗଲାଦେଶ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ଭଳି ୭ଟି ଦେଶକୁ ନେଇ ଗଠିତ ହୋଇଛି ବିମ୍ଷ୍ଟେକ୍ । ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ, ଭୂମିକମ୍ପ, ଭୂସ୍ଖଳନ ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଅନୁସନ୍ଧାନ, ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ନିଜି ନିଜ ଦେଶର ଜ୍ଞାନ କୌଶଳକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିବା ପାଇଁ ବିମ୍ଷ୍ଟେକ୍ ପକ୍ଷରୁ ଅନ୍ତରାଷ୍ଟିୟ ଶିବିରର ଆୟୋଜନ କରାଯାଉଛି । ଫେବୃଆରୀ ମାସ ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀଠାରେ ଦ୍ୱିତୀୟ ବିମ୍ଷ୍ଟେକ୍ ଶିବିର ଅନୁଷ୍ଠିତ ହେବ । ପୁରୀ ଜିଲ୍ଲାରେ ଏନଡିଆରଏଫ ପକ୍ଷରୁ ସାମୁଦ୍ରିକ ଝଡ ଓ ପ୍ରାକୃତିକ ବିପତ୍ତିକୁ କିଭଳି ମୂକାବିଲା କରିପାରିବେ ସେ ସମ୍ପର୍କରେ ସଚେତନ କରାଇବା ସହ ସମୁଦ୍ର କୂଳ ସଫେଇ ଓ ମିନି ମାରଥନ ଇତ୍ୟାଦିର କାର୍ଯ୍ୟକ୍ରମ କରାଯାଉଛି । ଆଜିଠାରୁ ଆରମ୍ଭ ହୋଇଛି ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ । ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକର ବଳଭଦ୍ର ପାଟଣା ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଜିଲ୍ଲା ପ୍ରଶାସନ ସହାୟତରେ ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା । ଏହି ଶିବିରରେ ସାଧାରଣ ଲୋକଙ୍କୁ ସାମିଲ କରାଯାଇ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସଂଜ୍ଞା, କ୍ଷୟକ୍ଷତି, ବିଭିନ୍ନ ପ୍ରକାର ବିପର୍ଯ୍ୟୟର ଭୟାବହତା, ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା ସମ୍ବନ୍ଧୀୟ କୌଶଳ ଏବଂ ଏହି ବିପତ୍ତି ସମୟରେ କିଭଳି ସରଳ ଉପାୟରେ ଧନ ଜୀବନକୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଅବଗତ କରାଯାଇଥିଲା । ଏନଡିଆରଏଫ ଟିମି କମାଇଣ୍ଡର ଇନ୍ସପେକ୍ଟର ଡି. କେ. ପାଣ୍ଡେ, ଇନ୍ସପେକ୍ଟର ସୁବ୍ରତ କୁମାର ଭୋଇ, ଇନ୍ସପେକ୍ଟର ବି ଚୌଧୁରୀ, କୂଳଦୀପ, ଏନ.ସି. ମଣ୍ଡଳ, ବି.ପି. ବେହେରା, ଏ. କେ. ତ୍ୟାଗୀଙ୍କ ସମେତ ଏନଡିଆରଏଫ ଟିମିର ସଦସ୍ୟମାନେ ଉପସ୍ଥିତ ରହି ବନ୍ୟା, ବାତ୍ୟା, ବଜ୍ରପାତ, ଅଗ୍ନିକାଣ୍ଡ, କାଳବୈଶାଖୀ ଭୂମିକମ୍ପ, ଭୂସ୍ଖଳନ ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଅନୁସନ୍ଧାନ, ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ବିଭିନ୍ନ କୌଶଳମାନ ଶିକ୍ଷା ପ୍ରଦାନ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ