ଘନକୁହୁଡିରେ ଆଛାଦିତ ସୂର୍ଯ୍ୟମନ୍ଦିରର
କୋଣାର୍କ ----- କୋଣାର୍କ ସମେତ ନିକଟସ୍ଥ ଅଞ୍ଚଳରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା । ଫଳରେ ଗମନାଗମନରେ ବାଧା ଉପୁଜିଛି । ଗତ ଏକ ସପ୍ତାହ ଧରି ରାତି ସମୟରେ କୋଣାର୍କ ଓ ଏହାର ଆଖପାଖ ଅଞ୍ଚରେ ଘନ କୁହୁଡି ପ୍ରଭାବ ବିସ୍ଥାର କରି ସକାଳ ୬ଟା ବେଳକୁ ଛାଡି ଯାଉଥିଲା । ଏବେ ଏହି କୁହୁଡି ତାର ପ୍ରଭାବ ବିସ୍ଥାର କରି ସନ୍ଧ୍ୟା ୬ ଟାରୁ ଦିନ ୯ଦିନ ପର୍ଯ୍ୟନ୍ତ ଘନ କୂହୁଡିର ଆସ୍ତାରଣରେ ଆଛାଦିତ କରି ସମଗ୍ର ଅଞ୍ଚଳକୁ ରଖୁଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଗତ ଦୁଇଦିନ ହେଲାଣି ସମୁଦ୍ର ଗର୍ଭରୁ ଅପରାହ୍ନ ୪ଟାରୁ କୁହୁଡି ମାଡିଆସିବା ଯୋଗୁଁ କୋଣାର୍କ ପୁରୀ ବେଳାମାର୍ଗସ୍ଥ ରାମଚଣ୍ଡୀଠାରେ ଆୟୋଜିତ ଇକୋ ରିଟ୍ରିଟ କୁହୁଡିରେ ଲୁଚି ଯାଉଛି । ଏହି ଘନକୁହୁଡ଼ି ଯୋଗୁଁ ୧୦ଫୁଟ ଦୂରତାକୁ ଦେଖିବା ସମ୍ଭବ ପର ହୋଇପାରୁ ନଥିବା ବେଳେ ବର୍ଷା ସଦୃଶ୍ୟ ଭ୍ରମ ସୃଷ୍ଟି କରୁଛିି । ପ୍ରାତଃ ସମୟରେ ଦୂରଦୂରାନ୍ତରୁ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ ଘନକୁହୁଡ଼ିର ପ୍ରଭାବରେ ଲୁଚି ଯାଇଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ସମ୍ଭବପର ହୋଇପାରୁ ନାହିଁ । ଏହି ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ଶବ୍ଦ ଓ ଆଲୋକ କାର୍ଯ୍ୟକ୍ରମ ବନ୍ଦ ରହିଛି । କୁହୁଡ଼ିର ପ୍ରଭାବରେ ଫଳ ଫୁଲ ଇତ୍ୟାଦି ଗଛର ବଉଳ କଳାପଡ଼ିଯିବା ସହ ବିଭିନ୍ନ ପନିପରିବା ଚାଷଉପରେ କୁପ୍ରଭାବ ପଡିବାର ସମ୍ମାବନ ଦେଖା ଦେଇଛି । ପର୍ଯ୍ୟଟକମାନଙ୍କୁ ଧରି ଦୂରଦୂରାନ୍ତରୁ ଆସୁଥିବା ଯାନବାହାନ ସମେତ ସ୍ଥାନୀୟ ଯାତ୍ରୀବାହି ଗାଡିଗୁଡିକ ରାସ୍ତାଉପରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଚଳାଚଳରେ ବାଧା ଉପୁଜିଛି । ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ମାନ ହୋଇ ଧନ ଜୀବନ ମଧ୍ୟ ଯାଇ ସାରିଲାଣି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ