Breaking News

୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବେଗୁନିଆ----ବେଗୁନିଆ ବ୍ଲକ ଅନ୍ତର୍ଗତ  ପୋଡାଡିହ ଜନତା ବିଦ୍ୟାପୀଠର  ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମା ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନ ସଭାରେ ପୂର୍ବତନ ଛାତ୍ରଛାତ୍ରୀ ମାନେ ବିଗତ ଦିନର ଅନୁଭୂତି ବାଣ୍ଟିଥିଲେ ।ଛାତ୍ର ଚନ୍ଦ୍ର ଶେଖର ସ୍ୱାଇଁ ,ଜନ୍ମେଜୟ ନାରାୟଣ ମଲ୍ଲିକ ଓ ପ୍ରଦୀପ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷକ ସ୍ୱର୍ଗତ ପ୍ରଫୁଲ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ଏକ ପ୍ରତିମୃତି ସ୍ଥାପନ ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ସେହିପରି  ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୮ ବ୍ୟାଚର  ସ୍ଥାନୀୟ ବ୍ରାହ୍ମଣୀ ଦେବୀ ମନ୍ଦିର ପରିସରରେ  ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବ୍ୟାଚର ଛାତ୍ରୀ ସରୋଜିନୀ ସ୍ୱାଇଁ ,ତୃପ୍ତିଶ୍ୱେତା ମାର୍ଥା,ଗୋଲାପ ରଣା,ଝୁନୁବାଳା ସେଠୀ,ପ୍ରଣତୀ ମହାପାତ୍ର ଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ସମେତ ବହୁ ସାଙ୍ଗ ଅଂଶ ଗ୍ରହଣ କରି ନିଜର ବିଗତ ଓ ବର୍ତମାନର ସୁଖ ଦୁଃଖ କୁ ନିଜ ନିଜ ଭିତରେ ବାଣ୍ଟିିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts