ବାଲୁକା କଳା ମାଧ୍ୟମରେ ଓଡିଆ ଭାଷାର ବ୍ୟପକତା ଓ ସଚେତନତା ସୃଷ୍ଟି
ପୁରୀ----ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଏହି ଦିବସକୁ ଯୁବ ଦିବସ ଭାବରେ ପାଳନ କରାଯାଉଛି । ଯୁବ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ସୋର୍ଣ୍ଣାଭ ବେଳା ଭୂମିଠାରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଆଜିର କଳାରେ ସେ ଓଡିଆ ଭାଷାକୁ ପ୍ରଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି । ମାନସ ତାଙ୍କ ବାଲୁକା କଳାରେ ଓଡିଆ ଭାଷାର ବ୍ୟପକତା ଓ ସଚେତନତା ସୃଷ୍ଟି କରିଛନ୍ତି । ଆଜିର ଯୁବ ସମାଜ ଅନ୍ୟ ଭାଷା ପ୍ରତି ଆକୃଷ୍ଟ ହୋଇ ନିଜ ମାତୃଭାଷାକୁ ଅଣ ଦେଖା କରୁଛନ୍ତି । ଯାହା ଆମ ଭାଷାର ମାନ ହ୍ରାସ କରୁଛି ।ସେ ତାଙ୍କ ବାଲୁକା କଳାରେ ସାରଳା ଦାସଙ୍କ ପ୍ରତିକୃତି ସହିତ କିଛି ପୁରାଣକୁ ଗ୍ରନ୍ଥ ମଧ୍ୟ ସ୍ଥାନ ଦେଇଛନ୍ତି । ଆମେ ଓଡିଆ ଆମ ଭାଷା ଓଡିଆ ଆମେ ଆମ ଭାଷାକୁ ନେଇ ଗର୍ବିତ । ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁଥିବା ସାରଳା ଆନ୍ତଜାର୍ତିୟ ଭାଷା ସମ୍ମିଳନୀରେ ଆମ ପ୍ରିୟ ଓଡିଆ ଭାଷା ପାଇଁ ମାନସ ଏହି କଳା ପ୍ରସ୍ତୁତ କରିଛନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ