ପୁଲିସ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ
ବ୍ରହ୍ମପୁର --- ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ପ୍ରଥମ ଆଥଲେଟିକ୍ ମିଟ୍ ଉଦ୍ଘାଟିତ ହୋଇଯାଇଛି । ଆମ୍ବପୁଆ ରିଜର୍ଭ ପୁଲିସ ପଡ଼ିଆଠାରେ ଅନୁଷ୍ଠିତ ଏହି ଦୁଇଦିନିଆ ଖେଳକୁଦ ପ୍ରତିଯୋଗିତାକୁ ଦକ୍ଷିଣାଞ୍ଚଳ ରେଂଜ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ଉଦ୍ଘାଟନ କରିଥିଲେ ।ଏହି ଅବସରରେ ଆୟୋଜକ କମିଟିର ସମ୍ପାଦକ ତଥା ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଉପସ୍ଥିତ ଥିଲେ । ପୁଲିସ ବିଭାଗର ୫ଟି ଟିମ୍ ପକ୍ଷରୁ ପ୍ରଥମେ କ୍ୟାଡର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଅଭିଭାଷଣ ଗ୍ରହଣ କରିବା ପରେ ମଶାଲ ସ୍ଥାପନ ହୋଇଥିଲା । ଦୌଡ଼କୁଦ, ଲଙ୍ଗଜମ୍ପ, ହାଇଜମ୍ପ, ଡିସକସ ଥ୍ରୋ, ସଟଫୁଟ ଆଦି ଇଭେଂଟରେ ସମୁଦାୟ ୩୦୯ ଜଣ ପୁରୁଷ ଓ ମହିଳା କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି । କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ମେଡାଲ ପ୍ରଦାନ କରିଥିବାବେଳେ ପୁଲିସମାନଙ୍କୁ ଫିଟ୍ ରଖିବା ପାଇଁ ଏପରି ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି । ଆୟୋଜନକୁ ନେଇ ଖେଳାଳୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଛନ୍ତି । ଧୀରେନ୍ଦ୍ର ସେନାପତି