Breaking News

>>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • ନବବର୍ଷକୁ ସ୍ୱାଗତ ପାଇଁ ଅର୍କକ୍ଷେତ୍ର ଲୋକାରଣ୍ୟ ପାର୍କିଂ ସ୍ଥଳର ଅଭାବ, ଟ୍ରାଫିକ୍ ଯାମରେ ପଶିଲେ ପର୍ଯ୍ୟଟକ

     A maliki
    Konark 
    କୋଣାର୍କ----- ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ଅର୍ଥାତ ମଙ୍ଗଳବାରଠାରୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳ କୋଣାର୍କରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସମେତ ବଣଭୋଜି ଦଳଗୁଡିକର ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା । ଶହଶହ  ସଂଖ୍ୟାରେ ଛୋଟବଡ ଯାତ୍ରୀବାହୀ ଗାଡି କୋଣାର୍କ, ଚନ୍ଦ୍ରଭାଗା ଓ ବେଳାମାର୍ଗର ଉଭୟପାଶ୍ୱର୍ରେ ପାର୍କିଂ କରିବା ଫଳରେ ଟ୍ରାଫିକ ସମସ୍ୟା ଜଟିଳ  ହୋଇପଡିଥିଲା । କୋଣାର୍କ ଏନ୍ଏସି ଅଞ୍ଚଳରେ ଗାଡି ପାର୍କିଂ ନିମନ୍ତେ ଆବଶ୍ୟକୀୟ ପାର୍କିଂସ୍ଥଳ ନଥିବାରୁ ରାସ୍ତା ଉପରେ ଗାଡି ମଟର ଥୁଆ ହୋଇଥିଲା  । ସନ୍ଧ୍ୟା ସମୟରେ ସୂର୍ଯ୍ୟମନ୍ଦିର ପରିସରରେ ଶବ୍ଦାଲୋକ ସୋ’ ଦେଖିବାପାଇଁ ପର୍ଯ୍ୟଟକ ମାନଙ୍କର ପ୍ରବଳ ଭିଡ ହେଉଥିଲେ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଚାଲୁଥିବା ସୋ’ରେ ୫୦୦ଜଣ ପର୍ଯ୍ୟଟକ ଏହି ପ୍ରକଳ୍ପକୁ ଦେଖିବାର ସୁଯୋଗ ରହିଥିବାରୁ ଅନ୍ୟମାନେ ନିରାଶରେ ଫେରଥିଲେ ।  ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ମେରାଇନ ଡ୍ରାଇଭି ଇକୋ ରିଟ୍ରିଟ, ଓଟିଡିସିର ଯାତ୍ରୀନିବାସ ସମେତ କୋଣାର୍କର ସମସ୍ତ ଘରୋଇ ଲଜ୍ ଗତ ୨୫ତାରିଖରୁ ହାଉସଫୁଲ୍ ଥିବା ଜଣାଯାଇଛି । ସୂର୍ଯ୍ୟମନ୍ଦିରର ସଂରକ୍ଷଣ ସହାୟକ ନିରଜ ସିଂଙ୍କ ସୂଚନାନୁଯାୟୀ ଗତ ୨୦ତାରିଖରୁ ଏଯାବତ୍ ୧୫ଲକ୍ଷରୁ ଅଧିକ ପର୍ଯ୍ୟଟକ(ଆବାଳବୃଦ୍ଧ) ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ସୂର୍ଯ୍ୟମନ୍ଦିରକୁ ପ୍ରବେଶ ନିମନ୍ତେ ପର୍ଯ୍ୟଟକମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଛି  । କୋଣାର୍କର ମା’ ଭଗବତୀଙ୍କ ପୀଠ, ମା’ରାମଚଣ୍ଡୀଙ୍କ ପୀଠ ଏବଂ ଚନ୍ଦ୍ରଭାଗାଠାରୁ ବେଲେଶ୍ୱରପାଟଣା ପର୍ଯ୍ୟନ୍ତ ୨୦କିଲୋମିଟର ବ୍ୟାପି ଅଭୟାରଣ୍ୟ ସଂଲଗ୍ନ ବେଳାମାର୍ଗର ଉଭୟପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ବଣଭୋଜି ଦଳର ଆସର ପରିଲକ୍ଷିତ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ପାନୀୟ ଜଳର ଅଭାବ ସାଙ୍ଗକୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏଥିସହ ସନ୍ଧ୍ୟା ସମୟରେ ଆଲୋକ ଓ ସୁରକ୍ଷା ବ୍ୟବସ୍ଥାର ଅଭାବରୁ ବେଳାମାର୍ଗରେ ଛୋଟବଡ ଅପରାଧ ମାନ ଘଟିଥିବାର ନଜର ସାମ୍ନାକୁ ଆସିଛି  । ଶବ୍ଦାଲୋକ ପ୍ରକଳ୍ପ ସୋ’ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହେଉଥିବା ଘଟଣା ସମ୍ପର୍କରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ କହିଛନ୍ତି ଯେ ଦର୍ଶକ ଗ୍ୟାଲେରୀରେ ସୋରେ ୨୫୦ଜଣ ବସିବାର ବ୍ୟବସ୍ଥା ଥିବାରୁ ନବବର୍ଷ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଫେରୁଛନ୍ତି । ପର୍ଯ୍ୟଟନ ଋତୁ ଆରମ୍ଭରୁ ଏହି ସମସ୍ୟା ଲାଗିରହିଥିବା ସେ କହିଛନ୍ତି । ରାତି ୭ଟାରେ ମନ୍ଦିର ପରିସର ଅନ୍ଧାର ହେବାପରେ ୭ଟାରୁ ୭.୪୫ ଓ ୮ଟାରୁ ୮.୪୫ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଦୁଇଟି ସୋ’ ପ୍ରତିଦିନଦ ଚାଲୁଛି । ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ନାହିଁ ନ ଥିବା ଭିଡକୁ ଦେଖି କେତେକ ଅସାଧୁ ବ୍ୟକ୍ତି ବିଭିନ୍ନ ଉପାୟରେ ପର୍ଯ୍ୟଟକଙ୍କୁ ଲୁଟୁଥିବା  ପର୍ଯ୍ୟଟକ ମାନେ ଅଭିଯୋଗ କରିଛନ୍ତି ।  ସୂର୍ଯ୍ୟ ମନ୍ଦିର ପ୍ରବେଶ ପାଇଁ ଟିକଟ ପୋଲିସ ଉପସ୍ଥିତିରେ ଚଡା ଦରରେ ବିକ୍ରି କରାଯାଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି । ସୂର୍ଯ୍ୟ ମନ୍ଦିର ପରିସରରେ ୨୦୧୫ ମସିହାରେ ଏଏସଆଇ ପକ୍ଷରୁ ଏକ କୋଟି ଟଙ୍କା ବ୍ୟୟରେ ହାଇ ରିଜୋଲେସନ ସିସି ଟିଭି କ୍ୟାମେର ଲଗାଯାଇଥିଲେ ମଧ୍ୟ ସବୁ ଅଚଳ ହୋଇ ପଡି ରହିଛି  । ଯାହାକି କୌଣସି ତଥ୍ୟ ଏଠାରୁ ସଠିକ ମିଳୁନାହିଁ ବା ଅପରାଧୀଙ୍କୁ ରୋକିବାରେ ଉକ୍ତ କ୍ୟମାରୋ କାମରେ ଆସୁନାହିଁ ବୋଲି ଜଣେ ପୋଲିସ ଅଧିକାରୀ କହନ୍ତି । ତୁରନ୍ତ ଅଚଳ କ୍ୟାମେରା ଗୁଡିକ ସଚଳ କରିବା ପାଇଁ ଜନସାଧାରଣରେ ଦାବି ହେଉଛି  ।
     କୋଣାର୍କରୁ ଅଜିତ କୁମାର ମଲିକ

    Blog Archive

    Popular Posts