ସେଣ୍ଟଜାଭିଆରଇଣ୍ଟରନାସନାଲ ସ୍କୁଲର ୪ର୍ଥ ବାର୍ଷିକଉସବ,
କୁଜଙ୍ଗ----ଅର୍ଥ, ପଦପଦବୀ, ବିଦେଶୀ ମୋହର ନପଡି ନ୍ଖକ୍ସ ଗ୍ରାମ,ମାମାଟି, ପରିବାର,ଦେଶ ତଥା ରାଜ୍ୟର ସେବା କରିବା ଶିକ୍ଷାଗ୍ରହଣର ଧେୟ ହେଉ ବୋଲି କୁଜଙ୍ଗ ସ୍ଥିତସେଣ୍ଟଜାଭିଆରଇଣ୍ଟରନାସନାଲସ୍କୁଲର ୪ର୍ଥ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଉପଦେଷ୍ଠା ଅଧ୍ୟାପିକା ରୋଜାଲିନ ୍ଜେନା ଅନୁଷ୍ଠିତ ଉତ୍ସବରେ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ରୂପେ ପ୍ରଫେସରଡ. ସୁରେନ୍ଦ୍ରମୋହନ ମିଶ୍ର ଯୋଗଦେଇ ଦେଶ ତଥା ରାଜ୍ୟର ଶିକ୍ଷା ବବ୍ୟସ୍ଥା ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ । ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ୧୯୧୯ରେ ପ୍ରତିଷ୍ଠା ପରେ ରାଜ୍ୟରେ ଉପଯୁକ୍ତ ପୃଷ୍ଠପୋଷକ ମିଳିଥାନ୍ତା ତାହାଲେ ରାଜ୍ୟ ଆଜି ଶିକ୍ଷାର ବିକାଶର ସବାର୍ଗ୍ରେ ରହିଥାନ୍ତା ବୋଲି ଶ୍ରୀ ମିଶ୍ର ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପରଦରା ସମ୍ପାଦକ ବାଗ୍ମୀସରୋଜକୁମାର ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନ ଶିକ୍ଷା ପଦ୍ଧତିର ଦୋଷତୃଟୀ ଓ ଏହାର ସମାଧାନ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାମନଙ୍କ ମଧ୍ୟରେକୁଜଙ୍ଗ ଜେଲସୁପରିଟିଡେଣ୍ଟ୍ ଆଶୋକକୁମାରବେହେରା ଓ ଡ ଗଙ୍ଗାଧର ସାମନ୍ତରାୟ ପ୍ରମୁଖ ପିଲାମାନଙ୍କୁ ଉପଦେଶ ଦେଇଥିଲେ ।ଏହି ଅବସରରେସ୍କୁଲର ଅଧ୍ୟକ୍ଷ ସୁଧାକରବିଶ୍ୱାଳ ସ୍ୱାଗତଭାଷଣ ଦେଇଥିବାବେଳେ ପ୍ରତିଷ୍ଠାତା ନାଟ୍ୟକାର ରଘୁନାଥ ସାହୁ ଧନ୍ୟବାଦ ଅର୍ପଣକରିଥିଲେ । ଇତୁସ୍ନା ପଲାଇ,ଜ୍ଞାନଦା ମହାନ୍ତି, ପ୍ରଭାସିନୀସ୍ୱାଇଁ, ପୂର୍ଣ୍ଣିମା ପ୍ରଧାନ, ମୋନାଲିସା ନାୟକ, ବନସ୍ମିତା,ମଧୁସ୍ମିତା, ବି ପରିଜା ପ୍ରମୁଖକାର୍ଯ୍ୟକ୍ରମ ପରିଚାଳନାକରିଥିଲେ ।ଶେଷରେ ଅତିଥି ମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିବା ବେଳେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର