Breaking News

ଦିନ ମଜୁରିଆ ଗୟା କୁ ପାଇଖାନା ମିଳିବ କେବେ

 D Senapati
Sakhigopal
 ସାକ୍ଷୀଗୋପାଳ----ରାଜ୍ୟ ସରକାର ସ୍ୱଚ୍ଛତା ପାଇଁ କୋଟି କୋଟି ଟଙ୍କା ରାଜ୍ୟ କୋଷରୁ ଖର୍ଚ୍ଚ କରୁଛନ୍ତି ।  ମାତ୍ର ନୀରିହ ଲୋକ ମାନେ ଏହି ସୁବିଧାରୁ ଏବେ ବି ବଞ୍ଚିତ ହୋଇ ରହିଛନ୍ତି ।     ସତ୍ୟବାଦୀ ବ୍ଳକରେ ସ୍ୱଚ୍ଛ ଭାରତ ଯୋଜନାରେ ଘୋର ହେରଫେର ହୋଇଥିବା ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି ।  ଯାହାକୁ ପଚାରିଲେ ସେମାନେ କହନ୍ତି ଆମ ହାତରେ କିଛି ନାହିଁ  । ପାଇଖାନା ଏବେ ଭୁତ କରୁଛି, ଭୁତ ମଧ୍ୟ ବ୍ୟବହାର କରୁଛି, ଭୁତ ଆକାଉଣ୍ଟକୁ ଯାଉଛି ଟଙ୍କା  ।  ଏହିପରି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ମଠସାହି ଦଳିତ ବସ୍ତି ରେ  । ଗୟା ଭୋଇ ଆଣିଛନ୍ତି ଏହି ଅଭିଯୋଗ  । ଏବେ ବି ତାଙ୍କ ଘରେ ପାଇଖାନା ନାହିଁ ବୋଲି ସେକ଼ହନ୍ତି  ।  ପଡିଆ ହେଉଛି ତାଙ୍କର ପାଇଖାନା  । ଉକ୍ତ ସାହିର ସମସ୍ତେ ପାଇଲେ ପାଇଖାନା ମାତ୍ର ସେ ପାଇଲେ ନାହିଁ  । ଏପରିକି ଯେଉଁମାନଙ୍କର ପାଇଖାନା ଅଛି ସେମାନେ ଗୋଟିଏ ନୁହେଁ ଦୁଇ ଦୁଇଟା ପାଇଥିବା ବେଳେ ଗୟା ପାଇଁ କିଛି ନାହିଁ  । ।  ଗୟାର ପାଇଖାନା ପାଇଁ ଅନୁମତି ମିଳୁନାହିଁ  । ବ୍ଳକ ବାରମ୍ବାର ଆସି ବିଡିଓଙ୍କ ଠାରୁ ସ୍ୱଚ୍ଛ ଭାରତ ଦାୟତ୍ୱରେ ଥିବା ଅଧିକାରିଣୀ କହୁଛନ୍ତି ଦେଖିବା ଅପେକ୍ଷା କର ।  ଅର୍ଥ ହଡପ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଏକ ବଡଧରଣର ଷଡଯନ୍ତ ଚାଲିଥିବା ଗୟା କହନ୍ତି  । ଯେପରି ରାଶନ କାର୍ଡ ପ୍ରଦାନ କରି ଲକ୍ଷାଧିକ ଟଙ୍କା ଲୁଟ ହୋଇଗଲା  । ମାତ୍ର ଅଭିଯୋଗ ଜିଲ୍ଲାପାଳଙ୍କ ଠାରୁ ବିଡିଓ ପର୍ଯ୍ୟନ୍ତ କରାଗଲା ମାତ୍ର ଅଭିଯୋଗ ଜିଲ୍ଲପ।।ଳଙ୍କ ଫାଇଲ ତଳେ ଚାପି ହୋଇଗଲା  । ସେହିପରି ଜଣେ ଗରିବ ଅସହାୟ ଗୟା ପାଇଖାନା ଖଣ୍ଡେ ପାଇଁ ବାରହୁଆର ହେଉଛି ମାତ୍ର ସେଥିପାଇଁ ଜିଲ୍ଲାପ୍ରଶାସନ ମଧ୍ୟ ଶୁଣିଲା ନାହିଁ  । ଏହା ହେଉଛି ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ବୋଲି ଦୁଖଃରେ ଗୟା କହନ୍ତି  । ଦେଖାଯାଉ ପୁରୀ ଜିଲ୍ଲାପାଳ ଗୟା ପରି ବାଦ ପଡିଥିବା କେତକ ହିତାଧିକାରୀଙ୍କ  ଦୁଖଃ କେବେ ଶୁଣିବେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts