ନବଜ୍ୟୋତି ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଧାନକେରା ସ୍ଥିତ ନବଜ୍ୟୋତି ବିଦ୍ୟା ମନ୍ଦିରର ୬ଷ୍ଠ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ଯେ ଶିକ୍ଷା ସହିତ ଶାରିରୀକ ଶିକ୍ଷା ନିହାତି ଆବଶ୍ୟକତା ରହିଛି । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ମନ୍ଦିର ଦ୍ୱୀପରୁ ଜ୍ୟୋତି ସଂଗ୍ରହ କରାଯାଇ କ୍ରୀଡା ଉତ୍ସବ ସ୍ଥଳକୁ ଅଣାଯାଇଥିଲା । ଅତିଥି ମାନେ କ୍ରୀଡା ପତାକା ଅତିଥି ମାନେ ଉତ୍ତୋଳନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମାର୍ଚ୍ଚପାଷ୍ଟ କରି ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ଅବସରରେ ମାତୃ ମାନଙ୍କୁ ନେଇ ଏକ ମୁରୁଜପକା, ଗଣିତ ଦୌଡ, କୁଇଜ, ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିେଯୋଗିତା ଦେଖିବା ପାଇଁ ଗ୍ରାମବାସୀ ଜମା ହୋଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନଙ୍କ ସହିତ ଅନ୍ୟ ଗୁରୁଜି ଗୁରୁମା ଓ ପରିଚାଳନା କମିଟିର ସଦସ୍ୟ ମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କ୍ରୀଡାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯିବ ବୋଲି ବିଦ୍ୟାଳୟର ପ୍ରଧାନ ଗୁରୁଜି ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି । ଗୁରୁମା ପୁଷ୍ପଲତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି