Breaking News

ବିଧାୟକଙ୍କୁ ବଦନାମ କରିବା ପାଇଁ ମିଲରଙ୍କ ଚକ୍ରାନ୍ତ ; ଧାନ ମଣ୍ଡିରୁ ଉଠୁନାହିଁ ଧାନ

 ଡେଲାଙ୍ଗ ------ ରାଜ୍ୟ ସରକାର ଧାନ ମଣ୍ଡି ଆରମ୍ଭ ହେବା ଦିନ ଠାରୁ ବରଗଡ, କନ୍ଧମାଳ ଆଦି ଅଞ୍ଚଳରେ ଧାନର ଅଭାବ ବିକ୍ରୟକୁ ନେଇ ଚାଷୀ ମାନେ ଆନ୍ଦୋଳନ କରିଥାନ୍ତି । ଏପରକି ଚାଷୀ ମାନେ ମଣ୍ଡିରେ ଧାନ ଥୋଇ ମିଲରଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ଏବେ ସେହି ଅବସ୍ଥା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକରେ ।  ପିପିଲି- ଡେଲାଙ୍ଗ ବିଧାୟକଙ୍କୁ ବଦନାମ କରିବା ପାଇଁ ମିଲର ଜଣଙ୍କ   ଧାନ ମଣ୍ଡିରୁ ଧାନ ଉଠାଉନାହନ୍ତି ।  ଏପରିକି ଦୁଇଟି ଧାନ ମଣ୍ଡିରେ ୪ଶହ ଧାନ ବସ୍ତା ପଡିକି ରହିଛି । ମିଲରଙ୍କ ଦେଖା ନାହିଁ ବୋଲି ଚାଷୀ ରମେଶ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଜେନା, କାର୍ତ୍ତିକ ପ୍ରଧାନ , ସାଗର  ପ୍ରଧାନ ପ୍ରମୁଖ ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ।  ସମବାୟ ସମିତିର ସୁପରଭାଇଜର  ପ୍ରଫୁଲ କୁମାର ସ୍ୱାଇଁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହନ୍ତି ହୁମର ସେବା ସମବାୟ ସମିତି ଓ ଗୁଆଳିପଡା ପଞ୍ଚାୟତର ଆଲୋକ ସେବା ସମବାୟ ସମିତିରୁ  ନିଦ୍ଧଷ୍ଟ ଚାଷୀଙ୍କର ୪୯୮ କୁଇଣ୍ଟାଲ ଧାନ ଉଠିବା କଥା । ମାତ୍ର  ଅରିଶଲର ଶ୍ରୀ ଗୋପାଳଜିଉ ରାଇସମିଲ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଠାରୁ ଅନୁମତି ପାଇଛି ।  ଆତି ମାତ୍ର ୯୮ କୁଇଣ୍ଟାଲ ଧାନ ଉଠାଇବା ପରେ ଆଉ  ମିଲରଙ୍କର ଦେଖା ନାହିଁ ବୋଲି କହିଥିଲେ ।  ଯାହା ଫଳରେକି ଧାନ ମଣ୍ଡିରେ ପଡି ରହିଛି । ଏ ସମ୍ପର୍କରେ ପୁରୀ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ପଚାରିବାରୁ ସେ ଏକଥାକୁ ଏଡେଇ ଦେଇଥିଲେ ।  ଯାହା ଫଳରେକି ଚାଷୀ ମାନେ ରାଜ ରାସ୍ତାକୁ ଓହ୍ଳାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ଏହି ଘଟଣାକୁ ପୁରୀ ନିମାପଡା ସେବା ସମବାୟ ବ୍ୟଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ପୁରୀ ଜିଲ୍ଲାପାଳ ମିଲରଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts