ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଞ୍ଚାୟତର ଗଙ୍ଗପୁରପଟ୍ଟଣାର ଇକୋ କ୍ଲବ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପିଠ ଓ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୁଆଲ କ୍ଲବର ମିଳିତ ଆନ୍ୟୁକୁଲ୍ୟରେ ପ୍ଲାଷ୍ଟିକ୍ ବର୍ଜନ ଓ ସ୍ୱଛ ଭାରତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନେ ଏକ ଶୋଭାଯାତ୍ରାରେ ଘୋରଡିଆ ବଜାର ପରିକ୍ରମା ସହ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଛତା ନେଇ ପରିବେଶ ସୁରକ୍ଷାର ଆହ୍ୱନ ଦେଇଥିଲେ । ଏଥିସହ ରାସ୍ତା ,ବଜାର, ନଳକୁପ ପାଶ୍ୱର୍ ଓ ସ୍କୁଲ ଗାଡେନ ସଫେଇ କରାଯାଇଥିଲା । ଇକୋ କ୍ଲବ ର ଆର୍ତତ୍ରାଣ ମାହାନ୍ତି, ପ୍ରଧାନ ଶିକ୍ଷାକ ଧ୍ରୁବଚରଣ ଛୋଟ୍ଟରାୟ ଓ ଇଣ୍ଟେଲେକଚୁଆଲ କ୍ଲବର ସଂପାଦକ ଦିଲ୍ଲୀପ କୁମାର ଧାଉଡିଆ ଏହି ସଚେତନତା ଶୋଭଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର,କୁଶବନ୍ତ କଁର ,ବିଷ୍ଣୁପ୍ରିୟା ସାହୁ ଗୋପବନ୍ଧୁ ସାସମଲ,ରବିନ୍ଦ୍ର କୁମାର ନାୟକ, ବିଶ୍ୱଜିତ୍ ବୈରିଗଜଂନ, ସ୍ୱେଛାସେବୀ ସୁଚିସ୍ମିତା ରାଉତରାୟ, ଆଲୋକମୟ ହରିଚନ୍ଦନ,ବେଣୁଧର ମଙ୍ଗରାଜ,ବାବୁରାମ ଦାସ , ରବିନ୍ଦ୍ର କୁମାର ସାହୁ ପବିତ୍ର ମୋହନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି