Breaking News

ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ଗାଡି ଗୁଡିକର ଇନ୍ସୁରାନ୍ସ ଓ ଫିଟନେସ ନାହିଁ,ସ୍ଥାଣୁ ପାଲଟିଛି ଆର୍ଟିଓ ବିଭାଗ.......


ବରଗଡ଼-----ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ । ସରକାରୀ ଗାଡିମାନଙ୍କର ଖାତା ଖତିୟାନା ନାହିଁ । ଏଠାରେ ଆରଟିଓ ବିଭାଗ ସ୍ଥାଣୁ ପାଲିଟିଛି ।
ସରକାର ଟ୍ରାଫିକ ନିୟମ କଡାକଡି କରି ପୋଲିସ ବିଭାଗ ଓ ଆରର୍ଟିଓ ବିଭାଗ ଜରିଆରେ ଜନସାଧାରଣଙ୍କ ଠାରୁ କୋଟି କୋଟି ଟଙ୍କା ଫାଇନି ଆଦାୟ କରୁଛନ୍ତି । ହେଲେ ସରକାରୀ ଗାଡି ମାନଙ୍କ ପାଇଁ ସରକାର କରିଥିବା ଆଇନ ସବୁ ମାଫ । ଯାହା ବରଗଡ଼ ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ଗାଡି ମାନଙ୍କର ଦୀର୍ଘ ବର୍ଷରୁ ଇନ୍ସୁରାନ୍ସ ଓ ଫିଟନେସ ସାରିଯାଇଛି। ବେସରକାରୀ ଗାଡି ମାନଙ୍କରୁ ତ ବେଶ ମୋଟା ଅଙ୍କର ଅର୍ଥ ଦଣ୍ଡ ଅସୁଲି କରାଯାଉଛି ହେଲେ ସରକାରୀ ଗାଡିମାନଙ୍କ ଠାରୁ ଫାଇନ ଆଦାୟ କରିବ କିଏ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ପ୍ରଥମେ ଅତାବିରା ଦୁର୍ଘଟଣା ଗ୍ରସ୍ତ ପୋଲିସ ଗାଡିର  ନମ୍ବରକୁ ଆଧାର କରି ସାକ୍ଷୀଗୋପାଳ ନିଉଜ ପ୍ରଥମେ ଜାଣିବାକୁ ପାଇଥିଲା ଯେ ଗାଡି ର କାଗଜ ପତ୍ର ସଠିକ ନାହିଁ । ଏବେ ପୁଣି ଅତାବିରା ଵିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଅଳିଆ ବୋଝେଇ  ଓ ୧ ଟି ସେସ ଫୁଲ ଗାଡିର ଇନ୍ସୁରାନ୍ସ ନାହିଁ। ଯାହା ନେଟ ର ଆରର୍ଟିଓ ଆପ ରୁ ଜଣାପଡେ।ଯାହା ଓଡ଼ି ୧୭ଏଚ ୫୬୯୨ଟାଟା ୭୦୯ ସେସଫୁଲ ଗାଡିର ଇନ୍ସୁରାନ୍ସ ୮ ଅଗଷ୍ଟ ୨୦୧୭,ଓଡ଼ି ୧୭ ଜେ ୨୩୮୬ ଓ ଓଡ଼ି ୧୭ ଜେ ୨୩୮୭ ଟାଟାଏସ ଗାଡିର ୧୯ ମାର୍ଚ୍ଚ ୨୦୧୮ ରୁ ଇନ୍ସୁରାନ୍ସ ସରିଯାଇଥିବାବେଳେ ଓଡ଼ି ୧୭ ଏଚ ୭୦୩୦ ଓ ଓଡ଼ି ୧୭ଏଚ ୭୦୩୧ ଟାଟାଏସ ଗାଡିର ୧୨ ମେ ୨୦୧୭ ରୁ ଇନ୍ସୁରାନ୍ସ ନାହିଁ ତେବେ ଏମିତି ଅନେକ ଗୁଡିଏ ସରକାରୀ ଅଫିସ ର ଗାଡି ଗୁଡିକର ଇନ୍ସୁରାନ୍ସ ନଥାଇ ବିଭାଗୀୟ କର୍ତ୍ତୃପକ୍ଷ ମାନେ କେମିତି ଖାମଖିଆଳି ଭାବେ ସରକାରୀ ନିୟମକୁ ଉଲଙ୍ଘନ କରୁଛନ୍ତି ତାହା କେବଳ ସେମାନଙ୍କୁ ଜଣା ବୋଲି କୁହାଯାଏ । ଯୋଉ ଅଳିଆ ବୋଝେଇ  ଓଡ଼ି୧୭ ଏଚ ୭୦୩୦  ଏନଏସିର ଅଳିଆ ବୋଝେଇ ଗାଡି ୧୦ନଂ ୱାର୍ଡରେ ଦୁର୍ଘଟଣା ମଧ୍ୟ ଘଟାଇଥିଲା ଓ ସେଥିରେ ଗୋଟିଏ ଗାଈର ମୃତ୍ୟୁ ମଧ୍ୟ ଘଟିଥିବାର ନଜିର ରହି ଦୀର୍ଘ ଦୁଇ ଦିନ ଧରି ଗାଡି ସେଇ ସ୍ଥାନରେ ପଡିରହିଥିଲା।ତେବେ ବିଗତ ଦିନ ମାନଙ୍କରେ ଆରର୍ଟିଓ ଓ ପୋଲିସ ବିଭାଗର ମିଳିତ ପ୍ରୟାସରେ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା କଡାକଡି କରି ଅନେକ ସ୍ଥାନରେ ଧମକ ଚମକରେ ୧୦୦୦ଟଙ୍କା ଜାଗାରେ ୫୦୦,୩୦୦ ଟଙ୍କା ମଧ୍ୟ ଆଦାୟ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।ହେଲେ ଏଇ ବେନିୟମ ଭାବେ ସରକାରୀ ନିୟମକୁ ଉଲଙ୍ଘନ କରି ଚାଲିଥିବା ସରକାରୀ ଗାଡି ଗୁଡିକରେ କଣ କୌଣସି ନିୟମ ନାହିଁ।ଏମାନେ କଣ ସରକାରୀ ନିୟମରୁ ଉର୍ଦ୍ଧ୍ବରେ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଏଦିଗରେ ଜିଲ୍ଲାପାଳ ତଥା ସରକାର ତୁରନ୍ତ ଦୃଷ୍ଟିଦେଇ ତଦନ୍ତ କରିବା ସହ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts